PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ରାଜଧାନୀର ବିଭିନ୍ନ ବାର୍ ଓ ନାଇଟ କ୍ଳବ୍‌ରେ ଚଢାଉ, ଅମାନିଆଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର, ୧୯/୦୩ : ରାଜଧାନୀର ବିଭିନ୍ନ ବାର୍ ଓ ନାଇଟ କ୍ଳବ୍‌ରେ କମିଶନରେଟ୍ ପୋଲିସର ଚଢ଼ାଉ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ବାର୍ ଗୁଡ଼ିକ ଉପରେ ଅତର୍କିତ ରେଡ୍ କରିଛି ପୋଲିସ୍। କଟକ ରୋଡ ସ୍ଥିତ ହୋଟେଲ ଦିପାଲି, ବାର୍ବି, କିପ ଇଟ ଅପ୍, ରସୁଲଗଡ ସ୍ଥିତ ହୋଟେଲ ଉର୍ମି ଉପରେ ଚଢାଉ କରାଯାଇଛି।

ସୂଚନାନୁଯାୟୀ, ନିୟମ ମାନୁନଥିବା ବାର୍ ଗୁଡ଼ିକ ଉପରେ ଏହି ଚଢ଼ାଉ କରାଯାଇଛି। ଏହି ଚଢାଉରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ଟିମ୍ ୬୦ ଓ ପିଓପିଡି ଅଧିକାରୀମାନେ ସାମିଲ ହୋଇଥିଲେ । ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଆଧାରରେ ଏହି ରେଡ କରିଛି ପୋଲିସ୍ । ରେଡ ବେଳେ ବାର ଗୁଡ଼ିକରେ ଯେଉଁ ଗ୍ରାହକମାନେ ଥିଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।