ରାୟଗଡ଼(ଗଜପତି)୨୦/୧୦: ଗଜପତି ଜିଲ୍ଲା ରାୟଗଡ଼ ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ସୋମବାର ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ ​​​​​​​ଥାନାଧିକାରୀ କମଳା ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ପଞ୍ଚାୟତ ପ୍ରତିନିଧି, ଅଞ୍ଚଳବାସୀ ଉପସ୍ଥିତ ରହି ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ସାଇବର ଅପରାଧିଙ୍କ ଠାରୁ କିଭଳି ସୁରକ୍ଷିତ ରହିବେ ଏନେଇ ଥାନାଧିକାରୀ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇ ସଚେତନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଆଇଆଇସି କୃଷ୍ଣ ଚନ୍ଦ୍ର ମଲ୍ଲିକ ପରିଚାଳନା କରିଥିବାବେଳେ ଏସ୍ଆଇ କୃଷ୍ଣ ଚନ୍ଦ୍ର ସେଠୀଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ l