ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ବନ୍ଦ ହୋଇଗଲା ରେଲୱେ କ୍ରସିଂ, ଭିଡ଼ ଭିତରୁ ବାହାରି ଆସିଲେ ବାହୁବଳୀ; କାନ୍ଧେଇ ଥିଲେ ଏକ କ୍ଵିଣ୍ଟାଲ୍ ଓଜନର ବାଇକ୍, ଭିଡିଓ ଭାଇରାଲ୍...

Published By : Rasmita Pradhan | August 21, 2025 1:30 PM

ନୂଆଦିଲ୍ଲୀ, ୨୧/୦୮: ଟ୍ରେନ୍ ଆସିବାର କିଛି ସମୟ ଆଗରୁ ବନ୍ଦ ହୋଇଗଲା ରେଲୱେ କ୍ରସିଂ। ହଠାତ୍ ଭିଡ଼ ଭିତରୁ ବାହାରି ଆସିଲେ ଜଣେ ବାହୁବଳୀ। ମୁହଁରେ ସ୍ମିତ ହାସ୍ୟ, କାନ୍ଧରେ ଥିଲା ପ୍ରାୟ ଏକ କ୍ଵିଣ୍ଟାଲ ଓଜନର ବାଇକ୍। ଯୁବକଙ୍କ ଅଜବ କାରନାମା ଦେଖି ସମସ୍ତେ ତାଜୁବ୍। କାରଣ ଟ୍ରେନ୍ ଯିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିଲେନି ଯୁବକ। ନିଜ ବାଇକ୍‌କୁ କାନ୍ଧରେ କାନ୍ଧେଇ ପାର୍ କଲେ ରେଲୱେ କ୍ରସିଂ। ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଘଟଣାଟି କେଉଁଠାର ତାହା ଜଣାପଡ଼ି ନାହିଁ। କିଛି ଲୋକ ଏହାକୁ ପଞ୍ଜାବର କହୁଥିବା ବେଳେ ଆଉ କିଛି ଲୋକ ରାଜସ୍ଥାନର ବୋଲି କହୁଛନ୍ତି।

ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ୟୁଜର ଯୁବକଙ୍କୁ ବାହୁବଳୀ ବୋଲି କହୁଥିବା ବେଳେ ଆଉ କିଛି ୟୁଜର ଏହାକୁ ବିରୋଧ କରୁଛନ୍ତି। ସେହିପରି ୫ ମିନିଟ୍ ଅପେକ୍ଷା କରିଥିଲେ କ’ଣଟା ବିଗିଡ଼ି ଯାଇଥାନ୍ତା, ଭୁଲ୍ ଜାଗାରେ ଟ୍ୟାଲେଣ୍ଟ ପ୍ରଦର୍ଶନ ବୋଲି ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି । ସେହିପରି ଆଇଏଏସ୍ ଅଧିକାରୀ ଜଲ୍‌ଦିରେ ଅଛନ୍ତି ବୋଧେ ବୋଲି ଜଣେ ୟୁଜର ଲେଖିଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ନିୟମ ଉଲ୍ଲଙ୍ଘନ ପାଇଁ ଦଣ୍ଡ ମିଳିବା ଉଚିତ୍ ଓ ତାଙ୍କ ଲାଇସେନ୍ସ ରଦ୍ଦ କରିବା ଉଚିତ୍ ବୋଲି ଅନ୍ୟ ଜଣେ ୟୁଜର ଲେଖିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.