PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଷ୍ଟେସନ୍‌ରେ ଘଣ୍ଟା ଘଣ୍ଟା ଆଉ ଅପେକ୍ଷା କରିବେନି ରେଳଯାତ୍ରୀ: ପ୍ରତି ୩୦ ସେକେଣ୍ଡରେ ଅପଡେଟ୍‌ ହେବ ଟ୍ରେନ୍‌ ସୂଚନା

ଭୁବନେଶ୍ୱର,୧୪ା୭(ବ୍ୟୁରୋ): ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନ୍‌ ପାଇଁ ଷ୍ଟେସନ୍‌ରେ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି । ପ୍ରତି ୩୦ ସେକେଣ୍ଡ୍‌ରେ ଅପଡେଟ୍‌ ହେବ ଟ୍ରେନ୍‌ ସୂଚନା । ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱ ଦେବ ରେଳ ମନ୍ତ୍ରଣାଳୟ । ଆଉ ଏଥିରେ ସହାୟତା କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ସହ ରେଳ ମନ୍ତ୍ରଣାଳୟ ବୁଝାମଣାପତ୍ର ସ୍ୱାକ୍ଷରିତ କରିସାରିଛି ବୋଲି ଭାରତୀୟ ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ସୂଚନା ଦେଇଛନ୍ତି ।

ଭାରତୀୟ ରେଳପଥ ତା’ର ଭିତ୍ତିଭୂମିର ବିକାଶ କରିବା ସହିତ ଟ୍ରେନ୍‌ ଚଳାଚଳକୁ ଅଧିକ ସୁଗମ କରିବା ପାଇଁ ରେଳ ବୋର୍ଡ ଅଧ୍ୟକ୍ଷ ଶ୍ରୀ ଯାଦବ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ସମୟରେ ସେ ପୁରୀ ଓ ଭୁବନେଶ୍ୱର ରେଳଷ୍ଟେସନ୍‌ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଯାଦବ କହିଛନ୍ତି ଯେ ନୂତନ ପଦକ୍ଷେପ ଭାବେ ଭାରତୀୟ ରେଳ ବିଭାଗ ଆର୍‌ଟିଆଇଏସ୍‌(ରିୟଲ୍‌ ଟାଇମ୍‌ ଇନ୍‌ଫରମେସନ୍‌ ସିଷ୍ଟମ୍‌) କାର୍ଯ୍ୟକାରୀ କରିବ । ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୪୨୦୦ଟି ଇଞ୍ଜିନ୍‌ରେ ଜିପିଏସ୍‌ ଲଗାଯାଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆହୁରି ୯୦୦୦ଟି ଟ୍ରେନ୍‌ ଇଞ୍ଜିନ୍‌ରେ ଏହା ଲାଗୁହେବ । ଫଳରେ ଟ୍ରେନ୍‌ ଚଳାଚଳ କରିବାର ଠିକ ସମୟ ଯାତ୍ରୀଙ୍କୁ ଜଣାପଡିବ । କେବଳ ସେତିକି ନୁହେଁ ଏଣିକି ସବୁ ଷ୍ଟେସନ୍‌ମାନଙ୍କରେ ୱାଇଫାଇ ସୁବିଧା ଉପଲବ୍ଧ ହେବ । ସେପ୍ଟେମ୍ବରରୁ ଏହା କାର୍ଯ୍ୟକାରୀ ହେବ । ସମସ୍ତ ମୁଖ୍ୟ ରେଳ ଷ୍ଟେସନ୍‌, ପ୍ରମୁଖ ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ସିସିଟିଭି ଲଗାଯିବ । ଯାତ୍ରୀମାନେ ଇ-କ୍ୟାଟରିଙ୍ଗ ଆପ୍‌ ବ୍ୟବହାର କରି ଯାତ୍ରା ସମୟରେ ବିଭିନ୍ନ ନାମୀଦାମୀ କମ୍ପାନୀର ଖାଦ୍ୟ ପଦାର୍ଥ ପାଇ ପାରିବେ । ସେହିପରି ଇ-ଦୃଷ୍ଟି ଡଟ୍‌ ଇନ୍‌ ୱେବ୍‌ସାଇଟ୍‌ ବ୍ୟବହାର କରି ଯାତ୍ରୀମାନେ ଟ୍ରେନ୍‌ରେ ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତା ଓ ମାନ ବିଷୟରେ ଜାଣି ପାରିବେ ।

ନବୀକରଣ ହେବ ଭୁବନେଶ୍ୱର ଷ୍ଟେସନ୍‌ ମୁଖ୍ୟଦ୍ୱାର, ନିର୍ମାଣ ହେବ ୨ ନୂଆ ପ୍ଲାଟଫର୍ମ
ଖୁବ୍‌ଶୀଘ୍ର ଭୁବନେଶ୍ୱର ରେଳ ଷ୍ଟେସନ୍‌ର ମୁଖ୍ୟ ଦ୍ୱାରର ନବୀକରଣ କରାଯିବ । ଏ ବାବଦରେ ଚାଲିଥିବା ତୁ ତୁ ମେଁ ଛିଣ୍ଡିବ । ରାଜ୍ୟ ସରକାରଙ୍କ ସହ ତୁରନ୍ତ ଏମ୍‌ଓୟୁ କରାଯାଇ କାମ ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟ କାମ ସରିଥିବା ବେଳେ ବଳକା କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ । କେବଳ ସେତିକି ନୁହେଁ ଷ୍ଟେସନ୍‌ର ଦ୍ୱିତୀୟ ପ୍ରବେଶ ଦ୍ୱାରକୁ ପୁନଃ ନବୀକରଣ କରାଯିବ । ଏହାର ଚାରିପଟେ ରାସ୍ତା ସଂଯୋଗୀକରଣ କାମ ପାଇଁ ମଧ୍ୟ ପାଣ୍ଠି ଯୋଗାଇ ଦିଆଯାଇଛି । ଅପରପକ୍ଷେ ଭୁବନେଶ୍ୱର ଷ୍ଟେସନରେ ୨ଟି ନୂଆ ପ୍ଲାଟଫର୍ମ ହେବା ସହିତ ୨ଟି ନୂଆ ବିଲ୍ଡିଂ ନିର୍ମାଣ ହେବ ବୋଲି ଶ୍ରୀ ଯାଦବ କହିଛନ୍ତି ।

ଭିତ୍ତିଭୂମି ବିକାଶରେ ଜମି ଅଧିଗ୍ରହଣ ସାଜିଛି ବାଧକ
ଭାରତୀୟ ରେଳ ମନ୍ତ୍ରଣାଳୟ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଭିତ୍ତିରେ ଗୁରୁତ୍ୱ ଦେଉଛି । ରେଳର ବିକାଶ ପାଇଁ ପାଣ୍ଠିର କୌଣସି ଅଭାବ ନାହିଁ । ତେବେ କିଛି ମୁଖ୍ୟ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ଜମି ଅଧିଗ୍ରହଣରେ ହିଁ ସମସ୍ୟା ଦେଖା ଦେଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି ।

ଭୁବନେଶ୍ୱର-କଟକ ବାଇପାସ୍‌ ଟ୍ରେନ ଲାଇନ୍‌ ହେବ
ଦୀର୍ଘ ଦିନ ହେବ ଭୁବନେଶ୍ୱର-କଟକ ମଧ୍ୟରେ ଅଧିକ ଟ୍ରେନ୍‌ ଚଳାଚଳ ପାଇଁ ଦାବି ହୋଇ ଆସୁଛି । ଏଥି ପାଇଁ ଏକ ବାଇପାସ୍‌ ଲାଇନ୍‌ ହେବ । ଏପରିକି ଏହି ବାଇପାସ୍‌ ରେଳ ଲାଇନ୍‌ ପାଇଁ ସର୍ଭେ କାମ ବାବଦରେ ବଜେଟ୍‌ରେ ଅନୁମୋଦନ ହୋଇ ସାରିଛି । ଏହି ଲାଇନ୍‌ ତିଆରି ହୋଇ ପାରିଲେ ମାଲ ପରିବହନ ପାଇଁ ସୁଗମ ହେବା ସହ ଅଧିକ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିପାରିବ ।

ଖର୍ଚ୍ଚ ହୋଇପାରୁନି ରେଳ ଅନୁଦାନ
ରେଳ ବିଭାଗ ପକ୍ଷରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ଅନୁଦାନ ଦିଆଯାଉଛି । ମାତ୍ର ତାହା ଠିକ ଭାବେ ଖର୍ଚ୍ଚ ହୋଇପାରୁନି । କୋଟି କୋଟି ଟଙ୍କା ପଡିରହୁଛି । ତେଣୁ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସକରାତ୍ମକ ସହଯୋଗ ମିଳିଥିବାରୁ କାମ ଆଗେଇବ ବୋଲି ରେଳ ବୋର୍ଡ ଅଧ୍ୟକ୍ଷ କହିଛନ୍ତି । ଏପରିକି ଚଳିତ ବଜେଟ୍‌ରେ ସର୍ବାଧିକ ଅନୁଦାନ ଦିଆଯାଇଛି ବୋଲି ଶ୍ରୀ ଯାଦବ କହିଛନ୍ତି ।