PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ପ୍ରଥମ ବୁଲେଟ ଟ୍ରେନରେ କେତେ ହେବ ଭଡ଼ା ? ରେଳମନ୍ତ୍ରୀ କହିଲେ ଏଭଳି କିଛି…

ନୂଆଦିଲ୍ଲୀ,୯/୮: ବୁଲେଟ ଟ୍ରେନକୁ ସାଧାରଣ ଲୋକେ ଚାତକ ପରି ଅପେକ୍ଷା କରିଛନ୍ତି । ଟ୍ରେନର ଗତିକୁ ନେଇ ତାର ଭଡ଼ା କେତେ ହେବ ଲୋକେ ଜାଣିବାକୁ ଚାହାନ୍ତି । ପ୍ରଥମ ବୁଲେଟ ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ଚାଲିବ । ଆଶା ଅଛି କି ୨୦୨୬ମଧ୍ୟରେ ଯାତ୍ରୀଙ୍କ ଲାଗି ଏହା ଆରମ୍ଭ ହୋଇଯିବ । ପ୍ରକାଶ ଯେ, ଏବେ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଭାବେ ଜମି ଅଧିଗ୍ରହଣ ନ ହେବାରୁ ବୁଲେଟ ଟ୍ରେନ ପ୍ରୋଜେକ୍ଟ କାମ ଅଟକି ରହିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି କି ସରକାର ଯାତ୍ରୀମାନଙ୍କ ସୁବିଧା ଲାଗି ଦିନ ରାତି କାମ କରୁଛନ୍ତି । ଏହାସହ ଆଲୋଚନା ସମୟରେ ବୁଲେଟ ଟ୍ରେନର ଭଡ଼ାକୁ ନେଇ ମଧ୍ୟ କିଛି କଥା ରଖିଛନ୍ତି ।

ସେ କହିଛନ୍ତି କି ଏବେ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। କିନ୍ତୁ ଏହା ଲୋକମାନଙ୍କ ହିତରେ ହିଁ ହେବ । ଏଥିଲାଗି ଫାର୍ଷ୍ଟ ଏସି ଆଧାରରେ ପ୍ରସ୍ତୁତ କରାଯାଉଛି, ଯାହା ବହୁତ ଅଧିକ ନୁହେଁ । ଯାହାକି ବୁଲେଟ ଟ୍ରେନର ଭଡ଼ା ଫାଷ୍ଟ ଏସିର ଭଡ଼ା ପାଖାପାଖି ହେବ । ଏହାସହ ସେ କହିଛନ୍ତି କି, ବୁଲେଟ ଟ୍ରେନର ଭଡ଼ା ବିମାନରୁ ମଧ୍ୟ କମ୍ ହେବ ଏବଂ ଏଥିରେ ବି ଭଲ ସୁବିଧା ମିଳିବ । ପ୍ରୋଜେକ୍ଟ କାମ ହେବା ପରେ ହିଁ ଏହାର ଭଡ଼ା ନିର୍ଦ୍ଧାର୍ଯ୍ୟ କରାଯିବ । ନୀତିନ ଗଡ଼କରୀଙ୍କ ଅନୁସାରେ ମୁମ୍ବାଇ- ଅହମ୍ମଦାବାଦ ହାଇସ୍ପିଡ ରେଳ ପ୍ରୋଜେକ୍ଟ ପୂରା ହେବା ପରେ ଦ୍ବିତୀୟ ହାଇସ୍ପିଡ ପ୍ରୋଜେକ୍ଟର ଆରମ୍ଭ କରାଯିବ । ସରକାର ବୁଲେଟ ଟ୍ରେନକୁ ନେଇ ଗମ୍ଭୀରତାର ସହ କାମ କରୁଛନ୍ତି ।

ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ଦୂରତା ୫୦୮କିମି ଦୂରରେ ପାଖାପାଖି ୧୨ଷ୍ଟେଶନ ରହିବ । ଏହା ବ୍ୟତିତ ଦିଲ୍ଲୀରୁ ବାରଣାସୀ ପର୍ଯ୍ୟନ୍ତ ଯିବାକୁ ବୁଲେଟ ଟ୍ରେନକୁ ଗୌତବୁଦ୍ଧନଗର ଜିଲ୍ଲାରେ ଦୁଇଟି ଷ୍ଟପେଜ ରହିବ । ଏହା ମଧ୍ୟରେ ଦିଲ୍ଲୀର ସରାୟ କାଲୋ ଖାଁରୁ ଯିବା ପରେ ଏହାର ପ୍ରଥମ ଷ୍ଟପେଜ ନୋଏଡ଼ା ସେକ୍ଟର-୧୪୮ରେ ହେବ । ଦ୍ବିତୀୟ ଷ୍ଟପେଜ ନୋଏଡ଼ା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ହେବ । ଏପରି ହେଲେ ୨୧ମିନିଟରେ ଜୋବର ଏୟାରପୋର୍ଟରେ ପହଞ୍ଚି ପାରିବେ।  

ସମ୍ବନ୍ଧିତ ଖବର