PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

https://zeenews.india.com/

ନୂଆଦିଲ୍ଲୀ ୨୨/୧୦: ଭାରତୀୟ ରେଲୱେ ଖୁବ ଶୀଘ୍ର ଯାତ୍ରୀଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିବାକୁ ଯାଉଛି । ରେଲୱେ ଏବେ ଯାତ୍ରା କରାଇବା ସହିତ ଆପଣଙ୍କ ସାମଗ୍ରୀ ଆପଣଙ୍କ ଘରୁ ଆପଣଙ୍କ ରେଳଗାଡି ପର୍ଯ୍ୟନ୍ତ ମଧ୍ୟ ପହଞ୍ଚାଇବ । ରେଲୱେ ଏବେ ବ୍ୟାଗ୍ସ ଓନ୍ ହ୍ୱିଲ୍ସ(Bag On Wheels) ସେବା ଆରମ୍ଭ କରିବାକୁ ଯାଉଛି ।

ଯାତ୍ରା ସମୟରେ ମଧ୍ୟ ଆପଣଙ୍କ ଲଗେଜ୍ ଟ୍ରେନରୁ ଘର ପର୍ଯ୍ୟନ୍ତ ପହଞ୍ଚାଇବ ରେଲୱେ । ପ୍ରାରମ୍ଭରେ ଏହି ସେବା ନୂଆଦିଲ୍ଲୀ, ହଜରତ ନିଜାମୁଦ୍ଦିନ, ଦିଲ୍ଲୀ ଛାଓନି, ଦିଲ୍ଲୀ ସରାୟ ରୋହିଲ୍ଲା, ଗାଜିୟାବାଦ ଓ ଗୁରୁଗ୍ରାମ ରେଲୱେ ଷ୍ଟେସନରେ ଉପଲବ୍ଧ ହେବ । ଏଥିପାଇଁ ରେଲୱେର ଆପ୍ ଜରିଆରେ ପ୍ରଥମେ ବୁକିଂ କରିବାକୁ ହେବ । ଟ୍ରେନ୍ ଷ୍ଟେସନରୁ ଯିବା ପୂର୍ବରୁ ଆପଣଙ୍କ ସାମଗ୍ରୀ ଆପଣଙ୍କ ଟ୍ରେନ୍ ପର୍ଯ୍ୟନ୍ତ ପହଞ୍ଚାଇବା ଦାୟିତ୍ୱ ରେଲୱେ ଉଠାଇବ । ଡୋର୍ ଟୁ ଡୋର୍ ସେବା ପାଇଁ ଯାତ୍ରୀଙ୍କୁ ଏଥିପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ । ଏହି ସୁବିଧା ଆସିବା ଫଳରେ ବୟସ୍କ ଲୋକ, ଦିବ୍ୟାଙ୍ଗ ଏବଂ ଏକା ଯାତ୍ରା କରୁଥିବା ଲୋକଙ୍କୁ ଏଥିରେ ସାହାଯ୍ୟ ମିଳିବ ।

ଏମିତି ହେବ ଆପରେ ବୁକିଂ
ବିଓଡବ୍ଲୁ ଆପ୍(ଆଣ୍ଡ୍ରଏଡ୍ ଓ ଆଇଫୋନ୍ ଉପଯୋଗକାରୀଙ୍କ ପାଇଁ ଉପଲବ୍ଧ ହେବ) ଦ୍ୱାରା ରେଳଯାତ୍ରୀ ନିଜ ସାମଗ୍ରୀକୁ ନିଜ ଘରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଆଣିବା କିମ୍ବା ରେଲୱେ ଷ୍ଟେସନରୁ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆବେଦନ କରିବେ । ଯାତ୍ରୀଙ୍କ ସାମଗ୍ରୀ ସୁରକ୍ଷିତ ଭାବେ ବୁକିଂ ବିବରଣୀ ଅନୁସାରେ ତାଙ୍କ କୋଚ୍ କିମ୍ବା  ଘରେ ପହଞ୍ଚିଯିବ ।

ସମ୍ବନ୍ଧିତ ଖବର