ଅଶ୍ୱତ୍ଥ ପତ୍ରରେ ରାଇମୋହନଙ୍କୁ ଶ୍ରଦ୍ଧାଞ୍ଜଳି, ଯୁବ ଚିତ୍ରଶିଳ୍ପୀ ମନୋଜଙ୍କ ନିଆରା କଳାକୃତି

କଟକ,୨୭/୦୬: ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କ ବିୟୋଗ ଏବେ ସାରା ଓଡି଼ଶା ପାଇଁ ଦୁଃଖର ବିଷୟ ପାଲିଟିଛି । ଲୋକେ ବିଭିନ୍ନ ମାଧ୍ୟମରେ ରାଇମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ବିଶେଷକରି ତାଙ୍କର ପ୍ରଶଂସକମାନେ ତାଙ୍କର ଏଭଳି ଅକସ୍ମାତ୍ ମୃତ୍ୟୁରେ ହତବାକ୍ ହୋଇପଡ଼ିଛନ୍ତି । ତାଙ୍କର ଅନୁପସ୍ଥିତିକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଯୁବ ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ ଅଶ୍ୱତ୍ଥ ପତ୍ରରେ ତାଙ୍କ ଚିତ୍ର ଆଙ୍କି ନିଆରା ଢ଼ଙ୍ଗରେ ଆତ୍ମାର ସଦ୍ଗତି କାମନା କରିଛନ୍ତି । ତାଙ୍କର ଏହି ଚିତ୍ର ଏବେ ସୋସିଆଲ୍ ମିଡିଆରେ ବେଶ୍ ପ୍ରସଂଶା ସାଉଣ୍ଟିଛି ।
ଅଭିନେତା ରାଇମୋହନଙ୍କ ମୃତ୍ୟୁପରେ ସମସ୍ତେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛନ୍ତି । କଟକରେ ରହୁଥିବା ଚିତ୍ରଶିଳ୍ପୀ ଅଶ୍ୱତ୍ଥ ପତ୍ରରେ ସୁନ୍ଦର ଚିତ୍ର ଆଙ୍କି ସମସ୍ତଙ୍କ ମନ ଜିଣିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମନୋଜ ପେଶାରେ ଜଣେ ଶିକ୍ଷକ । ସେ କଟକରେ ରହି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ପିଲାଟି ବେଳୁ ଚିତ୍ର ଆଙ୍କିବା ତାଙ୍କର ଏହି ନିଶା ରହିଥିଲା । ଏହାକୁ ପର୍ଯ୍ୟନ୍ତ ସେ ବଜାୟ ରଖିଛନ୍ତି । କେତେବେଳେ ଚାଉଳରେ ତ ଆଉ କେତେବେଳେ ଅଶ୍ୱତ୍ଥ ପତ୍ରରେ ଚିତ୍ର ଆଙ୍କି ସମସ୍ତଙ୍କ ମନ ଜିଣୁଛନ୍ତି ।