ଆର୍ଥିକ ସ୍ଥିତି କାରଣରୁ ମାନସିକ ଚାପରେ ଥିଲେ ରାଇମୋହନ : ଧରିତ୍ରୀ ଖଣ୍ଡୁଆଳ

ଭୁବନେଶ୍ବର, ୨୪/୬ : ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇଯାଇଛି । ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଏହାରି ଭିତରେ ଏବେ ଓଲିଉଡ଼ର କିଛି ଭିତିରି କଥା ସାମ୍ନାକୁ ଆସିଛି । କ’ଣ ଚାଲିଛି ଓଲିଉଡ଼ରେ ଏ ନେଇ ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳ ନ୍ୟୁଜ ୭ରେ ଏହାର ଖୁଲାସା କରିଛନ୍ତି । କିଭଳି ରହିଛି ଓଲିଉଡ଼ର ସ୍ଥିତି ସେ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି କି, ବରିଷ୍ଠ କଳାକାର ହିସାବରେ ଉଚିତ ପ୍ରାପ୍ୟ ମିଳୁନଥିଲା । ଆର୍ଥିକ ସ୍ଥିତି କାରଣରୁ ମାନସିକ ଚାପରେ ଥିଲେ ରାଇମୋହନ । ଓଡ଼ିଶା କଳା ଜଗତରେ ବରିଷ୍ଠ ଅଭିନେତାଙ୍କ ପାଇଁ କାମର ଅଭାବ ରହିଥିବା କଥା ସେ ସିଧାସଳଖ କହିଛନ୍ତି । ସେହିଭଳି ଆହୁରି ମଧ୍ୟ କହିଛନ୍ତି କି କାମ ପାଇଁ ବକେୟା ପାଉଣା ମିଳିନଥିବାରୁ ଚିନ୍ତାରେ ଥିଲେ ରାଇମୋହନ ।