PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ଅନୁଭୂତ, କପ୍ତିପଦାରେ ସର୍ବାଧିକ ୫୮.୦ ମିମି ବର୍ଷା ରେକର୍ଡ

ଭୁବନେଶ୍ଵର, ୨୦/୦୩ : ପଶ୍ଚିମା ଝଡ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ନାୟଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ବଜ୍ରପାତ ସହ ଝଡ଼ ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

ମୟୂରଭଞ୍ଜର କପ୍ତିପଦାରେ ସର୍ବାଧିକ ୫୮.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ବୁଦ୍ଧଗଡ଼ରେ ୪୦.୪ ମିମି, ସୋନପୁର ତରଭା ୩୯ ମିମି, ଝାରସୁଗୁଡ଼ାର ଲଇକେରା ୩୧.୧ ମିମି, ମୟୂରଭଞ୍ଜ ଜଶୀପୁରରେ ୨୮.୪ ମିମି, ଝାରସୁଗୁଡ଼ାର କୋଲାବରୀ ୨୮.୪ ମିମି, ସୁନ୍ଦରଗଡ଼ ଜିଲ୍ଲାରୁ ବଣାଇଗଡ଼ ୨୮.୦ ମିମି, ମୟୂରଭଞ୍ଜର ଜାମଡ଼ାରେ ୨୮.୦ ମିମି, କେନ୍ଦୁଝର ଯୋଡ଼ାରେ ୨୬.୨ ମିମି. ମୟୂରଭଞ୍ଜର ବାଙ୍ଗିରିପୋଷିରେ ୨୬.୨ ମିମି, ସୁନ୍ଦରଗଡ଼ ଲହୁଣୀପଡ଼ାରେ ୨୫.୦ ମିମି, ଗୁରୁଣ୍ଡିରେ ୨୪.୦ ମିମି, କଳାହାଣ୍ଡି କୋକୋସରାରେ ୨୩.୦ ମିମି, ନବରଙ୍ଗପୁର ଉମକୋଟରେ ୨୩.୦ମିମି, ନୂଆପଡ଼ା କୋମନାରେ ୨୨.୨ ମିମି, ବଲାଙ୍ଗୀର ଜିଲ୍ଲା ତୁରେଇକେଲାରେ ୨୨.୦ମିମି, ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୨୧.୦ ମିମି, ସୁନ୍ଦରଗଡ଼ ଲୋଫ୍ରିପଡ଼ାରେ ୨୦.୦ ମିମି, କଟକ ଜିଲ୍ଲାରେ ୨୦ ମିମି ବର୍ଷା ରେକର୍ଡ ହୋଇଛି।