ଡାହାଣୀ ସନ୍ଦେହରେ ପୁତୁରା ବୋହୂକୁ ତୀର ମାଡ଼, କକା ଶ୍ଵଶୁର ଅଟକ

ରାଇରଙ୍ଗପୁର, ୨୬/୦୫ : ଅନ୍ଧ ବିଶ୍ଵାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ କକା ଶ୍ୱଶୁର ପୁତୁରା ବୋହୁକୁ ତୀର ମାରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ଫାଣ୍ଡି ରାଧାନଗର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଜଣଙ୍କ ହେଲେ ନୁଗୁରାମଙ୍କ ପତ୍ନୀ ଶୁକ୍ରମଣି ପୂର୍ତ୍ତି (୩୧ ବର୍ଷ) ।
ଅପରପକ୍ଷରେ ବିଶୋଇ ପୁଲିସ ଏନେଇ ଏକ ମାମଲା ରୁଜୁ କରି ରାଧାନଗର ଗ୍ରାମର ଅଭିଯୁକ୍ତ କକାଶ୍ୱଶୁର ଲକ୍ଷମନ ପୂର୍ତ୍ତି(୬୩ ବର୍ଷ)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।