ଦେବେନ୍ଦ୍ର ଫଡନବିସ୍ଙ୍କୁ ବନ୍ଧୁ ରାଜ୍ ଠାକରେଙ୍କ ଚିଠି … ଆପଣ ତ ଉଦାହରଣ ସୃଷ୍ଟି କରି ଦେଲେ

ମୁମ୍ୱାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ଅନେକ ନେତା ଆଶ୍ଚର୍ଯ୍ୟ ହୋଇଥିଲେ। କିଛି ନେତା ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବାକୁ ନେଇ ଅସନ୍ତୁଷ୍ଟ ହୋଇଥିବା ବେଳେ ଆଉ କିଛି ଲୋକ ବିଜେପିର ନିଷ୍ପତ୍ତିରେ ପ୍ରଶ୍ନ କରିଛନ୍ତି। ସେପଟେ ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ଯକ୍ଷ ରାଜ୍ ଠାକରେ ମଧ୍ୟ ଦେବେନ୍ଦ୍ର ଫଡନବିସ୍ଙ୍କୁ ଚିଠି ଲେଖିଛନ୍ତି। ସେ ମରାଠୀରେ ଲେଖା ଏହି ଚିଠି ଟ୍ୱିଟ୍ କରିଛନ୍ତି।
ରାଜ୍ ଠାକରେ ନିଜକୁ ଦେବେନ୍ଦ୍ର ଫଡନବିସ୍ଙ୍କ ବନ୍ଧୁ କହି ଲେଖିଛନ୍ତି ଚିଠି , କହିଛନ୍ତି – ସର୍ବ ପ୍ରଥମେ ଆପଣ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପାଇଁ ଶୁଭେଚ୍ଛା । ଏହା ଭାବନା ଥିଲା କି, ଆପଣ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଫେରିବେ ,ହେଲେ ଏମିତି ହେଲା ନାହିଁ।
ଖାଲି ଏତିକି ନୁହେଁ , ରାଜ୍ ଠାକରେ ଦେବେନ୍ଦ୍ର ଫଡନବିସ୍ଙ୍କ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେବା ନେଇ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି, ଆପଣ ପ୍ରଥମେ ଲଗାତାର ୫ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରି ସାରିଛନ୍ତି । ଆପଣ ବର୍ତ୍ତମାନ ସରକାରକୁ ଆଣିବା ପାଇଁ ବହୁତ ପରିଶ୍ରମ କରିଛନ୍ତି ଏବଂ ଏହି ସବୁ ସତ୍ତ୍ୱେ ଆପଣ ନିଜର ଚିନ୍ତାକୁ ଏଡେଇ ପାର୍ଟିକୁ ଧ୍ୟାନରେ ରଖି ଉପମୁଖ୍ୟମନ୍ତ୍ରୀର ପଦ ସମ୍ଭାଳିଛନ୍ତି। ଆପଣ ନିଜ କାର୍ଯ୍ୟରେ ଦେଖାଇଛନ୍ତି କି, ପାର୍ଟିର ଆଦେଶ କୌଣସି ବ୍ୟକ୍ତିର ଆକାଂକ୍ଷା ଠାରୁ ଉପରେ। ଖାଲି ଏତିକି ନୁହେଁ , ସେ କହିଛନ୍ତି କି, ଆପଣ ଯାହା କୁହନ୍ତି , ଏହାକୁ ଦେଶ ଓ ରାଜ୍ୟର ସବୁ ରାଜନୀତିକ ଦଳର ନେତା ଓ କାର୍ଯ୍ୟକର୍ତ୍ତା ମନେରଖିବେ ।