କେନ୍ଦୁଝର୦୩/୦୮: ଗନ୍ଧମାର୍ଦ୍ଦନ ଲୋଡି ଏଜେନସୀ  ଦୁର୍ନୀତିରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତରେ ଥିବା  ରାଜା ଓରଫ ସୌମଶଙ୍କର ଚକ୍ରଙ୍କୁ କେନ୍ଦୁଝର ଜିଲ୍ଲା ଓ  ଦୌରାଜଜ୍‌ ୧୫ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ଶନିବାର ରାଜାଙ୍କ ଶ୍ୱଶୁର ଖ୍ୟାତିନାମା ଚିତ୍ରଶିଳ୍ପୀ ସ୍ୱର୍ଗତ  ବିଜୟ ପଟ୍ଟନାୟକଙ୍କ ଦଶାହ କର୍ମ ରହିଥିଲା । ହେଲେ ବାଲେଶ୍ୱର ଓପିଆଇଡି ଅଦାଲତରେ ରାଜାଙ୍କ ବିରୋଧରେ ଇଓଡବ୍ଲୁ ପକ୍ଷରୁ ହୋଇଥିବା ମାମଲାର ଜାମିନ ହାଇକୋର୍ଟରେ  ବିଚାରାଧୀନ ରହିଛି । ତେଣୁ କେନ୍ଦୁଝର ଅଦାଲତରୁ ଜାମିନ  ପାଇଥିଲେ ମଧ୍ୟ ରାଜା ବାଲେଶ୍ୱର ବିଚାର ବିଭାଗୀୟ ହାଜତରୁ  ବାହାରି ପାରିନାହାନ୍ତି । ଆସନ୍ତା ମଙ୍ଗଳବାର ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି । ହାଇକୋର୍ଟ  ଅନ୍ତରୀଣ ଜାମିନ ମଞ୍ଜୁର କଲେ ରାଜା ସାମୂହିକ ଭାବେ ବିଚାର ବିଭାଗୟ ହାଜତକୁ ବାହାରିବା ସମ୍ଭାବନା ରହିଛି। 

ଗନ୍ଧମାର୍ଦ୍ଦନ ଦୁର୍ନୀତିରେ ରାଜା ଜେଲ ଯିବା ପରେ ଏହି  ମାମଲା ବାଲେଶ୍ୱର ସ୍ୱତନ୍ତ୍ର ଅଦାଲତରେ ଶୁଣାଣି ହେଉଛି ।  ଇତିମଧ୍ୟରେ ରାଜାଙ୍କ ଶ୍ୱଶୁର ହୃଦ୍‌ଘାତରେ ପ୍ରାଣ ହରାଇବା  ପରେ ଅନ୍ତରୀଣ ଜାମିନ ପାଇଁ ସେଠାରେ ଆବେଦନ  କରିଥିଲେ । ମାତ୍ର ଅଦାଲତ ଜାମିନ ଖାରଜ କରିବାରୁ  ରାଜାଙ୍କ ଓକିଲ ହାଇକୋର୍ଟରେ ଆଶ୍ରୟ ନେଇଥିଲେ ।  ଅନ୍ୟପକ୍ଷରେ କେନ୍ଦୁଝର ସଦର ଥାନାରେ ୧୮୭ା୨୪ରେ  ରାଜାଙ୍କ ବିରୋଧରେ ପୁଣି ମାମଲା ହୋଇଥିବା ବେଳେ ତାହା କେନ୍ଦୁଝର ଅଦାଲତରେ ବିଚାରଧିନ ରହିଛି ।  ତେଣୁ ଉଭୟ ଅଦାଲତରେ ଜାମିନ ପାଇଁ ଆବେଦନ ହୋଇଥିଲା । କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍‌ ଅନ୍ତରୀଣ  ଜାମିନର ଶୁଣାଣି କରି ଶ୍ୱଶୁରଙ୍କ ଦଶାହ କର୍ମ ପାଇଁ ୧୫ ଦିନ ଜାମିନ ମଞ୍ଜୁର କରିଛନ୍ତି । ମାତ୍ର ହାଇକୋର୍ଟରେ ଇଓଡବ୍ଲୁ ମାମଲାର ଶୁଣାଣି ହୋଇପାରିନି । କେନ୍ଦୁଝରରୁ ଜାମିନ  ପାଇଥିଲେ ମଧ୍ୟ ରାଜା ଜେଲ୍‌ରୁ ବାହାରି ପାରିନାହାନ୍ତି ।  

ମଙ୍ଗଳବାର ହାଇକୋର୍ଟରେ ଜାମିନ ଆବେଦନର ଶୁଣାଣି  ହେବ ବୋଲି ସୂଚନା ମିଳିଛି । ତେଣୁ ଜାମିନ ପାଇବା ପରେ  ମଧ୍ୟ ରାଜା ଦଶାହ କର୍ମରେ ଯୋଗ ଦେଇ ପାରିନାହାନ୍ତି ।  

ପ୍ରକାଶଥାଉକି, ଇଓଡବ୍ଲୁ ମାମଲାର ଜାମିନ ଆବେଦନ  ଉପରେ ଶୁଣାଣି ହୋଇନଥିବାରୁ କେନ୍ଦୁଝରରେ ବେଲ୍‌  ବଣ୍ଡ ଦିଆଯାଇନାହିଁ । ହାଇକୋର୍ଟ ଜାମିନ ଆବେଦର ଶୁଣାଣି  କରିବା ପରେ ବେଲ୍‌ବଣ୍ଡ ଦିଆଯିବ ବୋଲି ଜଣାପଡିଛି।