ହିରୋ ଶୋ ରୁମ୍ରେ ଲାଗିଲା ନିଆଁ, ପୋଡିଗଲା ବାଇକ୍ ସ୍କୁଟି

ରାଜଗାଙ୍ଗପୁର, ୧୪/୩ : ରାଜଗାଙ୍ଗପୁର ଓସିଏଲ ଆପ୍ରୋଚ ରୋଡରେ ଥିବା କେଡ଼ିଆ ଏଣ୍ଡ କେଡ଼ିଆ ହିରୋ ମଟର ସାଇକେଲ ଶୋ ରୁମ୍ର ୩ ମହଲାରେ ଥିବା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ନିଆଁ ଲାଗିଥିଲା ନେଇ ସୂଚନା ମିଳିଥିଲା । ଶୋ ରୁମ କର୍ମଚାରୀ ନିଆଁ ଲାଗିଥିବା ଦେଖି ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ରାଜଗାଙ୍ଗପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ରାଜଗାଙ୍ଗପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ଅଗ୍ନିକାଣ୍ଡ ଯୋଗୁଁ ଶୋ ରୁମ୍ର ଆସବାବପତ୍ର ସହ ଅନେକ ସ୍କୁଟି ଓ ବାଇକ ଜଳି ଯାଇଥିଛି । ବର୍ତ୍ତମାନ ସୁଦ୍ଧା କ୍ଷୟ କ୍ଷତିର ସବିଶେଷ ତଥ୍ୟ ମିଳିପାରି ନାହିଁ । ଅଗ୍ନିଶମ ବିଭାଗ ଅଧିକାରୀଙ୍କ ଅନୁଯାୟୀ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘିଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ନେଇ ଶୋ ରୁମ ମାଲିକ ଦୀପକ କେଡ଼ିଆ କୌଣସି ପତ୍ରିକ୍ରିୟା ଦେବାକୁ ମନା କରିଛନ୍ତି।