ମୋଇନ ଅଲ୍ଲୀଙ୍କ ୯୩ରନର ଧୂଆଁଧାର ଇନିଂସ ସତ୍ତ୍ବେ ଧିମେଇ ଗଲା ଚେନ୍ନାଇ ସ୍କୋର, ରାଜସ୍ଥାନକୁ ଟାର୍ଗେଟ୍..

ମୁମ୍ବାଇ ୨୦/ ୦୫ : ପ୍ରଥମରୁ ଧୂଆଁଧାର ବ୍ୟାଟିଂ କିନ୍ତୁ ଶେଷରେ ଧିମେଇ ଗଲା ଚେନ୍ନାଇ ସୁପର କିଙ୍ଗସ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସିଏସ୍କେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୫୦ ରନ । ଦଳ ପକ୍ଷରୁ ମୋଇନ ଅଲ୍ଲୀ ବିସ୍ଫୋରକ ବ୍ୟାଟିଂକରି ସର୍ବାଧିକ ୯୩ରନ ସଂଗ୍ରହ କରିଛନ୍ତି ।
ଓପନର ଋତୁରାଜ ଗାୟକଓ୍ବାଡ ୨ ରନ କରି ଫେଲ ମାରିଛନ୍ତି । ଡେଭନ୍ କୋନଓ୍ବେ ୧୬ରନ କରି ଆଉଟ ହୋଇଛନ୍ତି । କିନ୍ତୁ ଆରମ୍ଭରୁ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରିଛନ୍ତି ମୋଇନ୍ ଅଲ୍ଲୀ । ମାତ୍ର ୧୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ମୋଇନ୍ । ଟ୍ରେଣ୍ଟ ବୋଲଟଙ୍କ ଏକ ଓଭରରେ ୫ଟଇ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୨୬ରନ ସଂଗ୍ରହ କରିଛନ୍ତି ମୋଇନ ଅଲ୍ଲୀ । ସେ ବ୍ୟକ୍ତିଗତ ଭାବେ ୫୭ ବଲରୁ ୧୩ଚୌକା ଏବଂ ୩ ଟି ଛକା ସହାୟତାରେ ୯୩ରନ କରି ଆଉଟ ହୋଇଛନ୍ତି । ଏନ୍ ଜଗଦୀସନ ୧ରନ ଏବଂ ଅମ୍ବାତି ରାୟୁଡୁ ୩ରନ କରି ଆଉଟ ହୋଇଛନ୍ତି । ମହେନ୍ଦ୍ର ସିଂହ ଧୋନୀ ୧୮ ବଲ ଖେଳି ୨୬ରନ କରି ଆଉଟ ହୋଇଛନ୍ତି । ଅପରାଜିତ ଅଛନ୍ତି । ମିଚେଲ ସାଣ୍ଟନର ୧ ରନ ଏବଂ ସିମରଜିତ୍ ସିଂହ ୩ ରନ କରି ଅପରାଜିତ ଅଛନ୍ତି ।
ରାଜସ୍ଥାନ ରୟାଲସ ପକ୍ଷରୁ ଟ୍ରେଣ୍ଟ ବୋଲଟ ୪ ଓଭରରେ ୪୪ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ସେହିଭଳି ପ୍ରସିଦ୍ଧ କ୍ରୀଷ୍ଣା ୪ ଓଭରରେ ୩୨ରନ, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୮ରନ ୧ ଓ୍ବିକେଟ, ଯୁଜବେନ୍ଦ୍ର ଚହଲ ୪ ଓଭରରେ ୨୬ରନ ୨ ଓ୍ବିକେଟ ଏବଂ ଡବେ ମ୍ୟାକ୍କେ ୩ ୪ ଓଭରରେ ୨୦ରନ ଦେଇ ଦୁଇଟି ଓ୍ବିକେଟ ନେଇଛନ୍ତି ।