PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଆମ ଦଳରେ ଛୋଟ ଛୋଟ ମତଭେଦ ରହିଛି, ସମସ୍ତ ରାଜ୍ୟର ସବୁ ଦଳରେ ଏଭଳି ଥାଏ : ଅଶୋକ ଗେହଲଟ୍

pic- internet

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଜି (ଶନିବାର) ଦିଲ୍ଲୀରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ସେ ସଚିନ ପାଇଲଟଙ୍କ ସହ ମତଭେଦକୁ ନେଇ ଏକ ବଡ ବିବୃତ୍ତି ଦେଇଛନ୍ତି । ଏଥିରେ କୌଣସି ମତଭେଦ ନାହିଁ ବୋଲି ଅଶୋକ ଗେହଲଟ୍ କହିଛନ୍ତି । ଆମ ଦଳରେ ଛୋଟ ଛୋଟ ମତଭେଦ ଅଛି । ଏଭଳି ଛୋଟ ଛୋଟ ମତଭେଦ ପ୍ରତ୍ୟକ ରାଜ୍ୟର ସମସ୍ତ ଦଳରେ ହୋଇଥାଏ । କିନ୍ତୁ ଆମେ ଏକାଠି ନିର୍ବାଚନ ଲଢିବୁ, ଜିତିବୁ ଏବଂ ସରକାର ଗଠନ କରିବୁ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦଳରେ ବିତର୍କର କୌଣସି ପ୍ରସଙ୍ଗ ନାହିଁ । ଆମେ ସମସ୍ତେ ଏକତ୍ର .ହୋଇ ନିର୍ବାଚନ ଲଢିବୁ ଏବଂ ଜିତିବୁ । ତା’ପରେ ହାଇ କମାଣ୍ଡ ଯାହା ନିଷ୍ପତ୍ତି ନିଅନ୍ତି ତାହା ଗ୍ରହଣୀୟ ହୁଏ । ବାସ୍ତବରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଏବଂ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ମଧ୍ୟରେ ମତଭେଦ ଅନେକ ଥର ସାମ୍ନାକୁ ଆସିଛି । କଂଗ୍ରେସ ସଭାପତି ନିର୍ବାଚନ ସମୟରେ ଉଭୟ ବରିଷ୍ଠ ନେତା ପରସ୍ପର ବିରୋଧରେ ତୀବ୍ର ବିବୃତ୍ତି ଦେଇଥିଲେ । ଯେଉଁଥିରେ ଗେହଲଟ୍ ପାଇଲଟଙ୍କୁ ଦେଶଦ୍ରୋହୀ ବୋଲି ମଧ୍ୟ କହିଥିଲେ ।

ତେବେ ଆଗକୁ ନିର୍ବାଚନ ଥିବାରୁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅଶୋକ ଗେହଲଟ । ରାଜସ୍ଥାନର ୧୯ ଟି ନୂତନ ଜିଲ୍ଲା ଘୋଷଣା କରିଛନ୍ତି ସେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂତନ ଜିଲ୍ଲା ଗଠନ ଉପରେ ଅଧ୍ୟୟନ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ରାଜ୍ୟ ସରକାର ଏହାର ରିପୋର୍ଟ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୧୯ ଟି ନୂତନ ଜିଲ୍ଲା ହେବ । ନୂତନ ଜିଲ୍ଲା ଓ ବିଭାଗ ପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ସେ ୨ ହଜାର କୋଟି ଟଙ୍କା ବଜେଟ୍ ପ୍ରସ୍ତାବ ଦେଇଛନ୍ତି ।

ସମ୍ବନ୍ଧିତ ଖବର