PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ରାହୁଲ-ପ୍ରିୟଙ୍କାଙ୍କୁ ୧୪ ଥର ଫୋନ୍‌ କଲେ ପାଇଲଟ୍‌, କହିଲେ- କେଉଁ ପର୍ଯ୍ୟନ୍ତ ଏଭଳି ଅପମାନିତ ହେବାକୁ ପଡିବ?

ନୂଆଦିଲ୍ଲୀ,୨୭।୯: ରାଜସ୍ଥାନରେ ଚାଲିଥିବା ରାଜନୈତିକ ବିବାଦ ଏବେ ଦିନକୁ ଦିନ ବଢିବାରେ ଲାଗିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସୋମବାର ବିଳମ୍ବିତ ରାତିରେ ସୋନିଆ ଗାନ୍ଧିଙ୍କୁ ଫୋନ୍‌ କରି କଥା ହୋଇଛନ୍ତି। ସେଭଳି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ମଧ୍ୟ ନିଜର ବ୍ୟଥା କହିଛନ୍ତି। ସେ ସୋନିଆଙ୍କ ସହିତ କଥା ହୋଇ ନିଜର ପକ୍ଷ ରଖିଛନ୍ତି। ସେଭଳି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ୧୪ ଥର ଫୋନ୍‌ କରି ଚର୍ଚ୍ଚା କରିଛନ୍ତି। କୁହାଯାଉଛି ଯେ, ପାଇଲଟଙ୍କୁ ରାହୁଲ-ପ୍ରିୟଙ୍କାଙ୍କ ପକ୍ଷରୁ ଭରସା ମିଳିଛି।

ଉଳ୍ଲେଖନୀୟ ଯେ, ସୋନିଆ ଗାନ୍ଧି ଓ ଗେହଲଟ୍‌ଙ୍କ ଭିତରେ କ’ଣ କଥା ହୋଇଛି। କଂଗ୍ରେସ ହାଇକମାଣ୍ଡ ରାଜସ୍ଥାନରେ ଗେହଲଟ୍‌ ଗୋଷ୍ଠୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏଭଳି ସ୍ଥିତିରେ ଗେହଲଟ୍‌ ସୋନିଆଙ୍କ ସହ କଥା ହୋଇ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି, ମୁଁ ଦଳ ବିରୋଧରେ କୌଣସି ବୟାନ ଦେଇନି ଓ ମୋତେ ଆପଣଙ୍କ ପ୍ରତ୍ୟେକ ନିଷ୍ପତ୍ତି  ମଞ୍ଜୁର। ଦୁଇ ନେତାଙ୍କ ଭିତରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଆଜି କିମ୍ବା କାଲି ଦୁହିଁଙ୍କ ଭିତରେ ଆଲୋଚନା ହୋଇପାରେ। ସାକ୍ଷାତ ପରେ ଯଦି ସହମତି ହୁଏ ତେବେ ଗେହଲଟ୍‌ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି।

ବର୍ତ୍ତମାନର ରାଜନୈତିକ ବିବାଦ ମଧ୍ୟରେ ଯୁବ ନେତା ସଚିନ ପାଇଲଟ ପାର୍ଟି ହାଇକମାଣ୍ଡଙ୍କୁ ଫୋନ୍ କରି ନିଜର ମନର ବ୍ୟଥା କହିଛନ୍ତି। ସଚିନ କହିଛନ୍ତି ଯେ ମୋତେ କେତେ ଦିନ ପର୍ଯ୍ୟନ୍ତ ଏପରି ଅପମାନ ସହିବାକୁ ପଡ଼ିବ। ଏହା କୁହାଯାଉଛି ଯେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ପାଇଲଟଙ୍କୁ କହିଛନ୍ତି ଯେ ଯଦି ସେ ଦାୟିତ୍ବ ପାଇପାରିବେ ନାହିଁ, ତା’ହେଲେ ରାଜ୍ୟର କମାଣ୍ଡ ପୁନର୍ବାର ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର