PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ : ସ୍ବାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସକୁ ମିଳିବ ଫାଇଦା

ରାଜସ୍ଥାନ,୨୨।୫  ରାଜସ୍ଥାନର ୪ ରାଜ୍ୟସଭା ସିଟରେ ଜୁନ ୧୦ରେ ନିର୍ବାଚନ ହେବ। ତେବେ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ  ଯାଦୁ ଦେଖିବାକୁ ମିଳି ପାରେ।  କାରଣ କଂଗ୍ରେସ ୪ ସିଟରୁ ତିନୋଟି ସିଟ ହାସଲ କରିବାକୁ ନେଇ ଆଶ୍ବସ୍ତ ରହିଛି।  ତେବେ କଂଗ୍ରେସକୁ ତୃତୀୟ ରାଜ୍ୟସଭା ସିଟ୍ ଜିତିବା ପାଇଁ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଦରକାର ପଡିପାରେ।

ରାଜ୍ୟସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟ ମୁଖ୍ୟମନ୍ତ୍ରୀ ପରାମର୍ଶଦାତା ସମିତି ଗଠନ କରି  ସ୍ବାଧୀନ ବିଧାୟକଙ୍କୁ  ଏଥିରେ ସାମିଲ କରି ବିଜେପିକୁ ରାଜନୀତି ସ୍ତରରେ ଝଟକା ଦେଇଛନ୍ତି।  ବିଜେପି ଗୋଟିଏ ରାଜ୍ୟସଭା ସିଟ ଜିତିବା ନିଶ୍ଚିତ। ଆଉ ଗୋଟିଏ ରାଜ୍ୟସଭା ସିଟ୍ ହାତେଇବା ପାଇଁ ସ୍ବାଧୀନ ବିଧାୟକଙ୍କ ସମର୍ଥନ ନିହାତି ଆବଶ୍ୟକ ପଡିବ। କିନ୍ତୁ ସମସ୍ତ ୧୩ ସ୍ବାଧୀନ ବିଧାୟକ ଗେହଲଟ ସରକାରଙ୍କୁ ସମର୍ଥନ କରୁଛନ୍ତି। ତେବେ ସ୍ବାଧୀନ ବିଧାୟକଙ୍କ ଅସନ୍ତୋଷକୁ ନେଇ ବିଜେପି  ରାଜନୀତୀ ଫାଇଦା ଉଠାଇବା ପୂର୍ବରୁ  ଗେହଲଟ ସେମାନେଙ୍କ ଅସନ୍ତୋଷ ଦୂର କରି ଦେଇଛନ୍ତି।

ବିଜେପି ୪ ଟି ସିଟ୍ ମଧ୍ୟରୁ ୨ ଟି ପ୍ରାର୍ଥୀ ଦେଇପାରେ। ଅତି କମରେ ଦୁଇଟି ଆସନରେ ବିଜେପି ପ୍ରାର୍ଥୀ  ଦେଇ କଂଗ୍ରେସ ପାଇଁ  ଚ୍ୟାଲେଞ୍ଜ ସୃଷ୍ଟି କରିବ। ଦୁଇଟି ଆସନ ଜିତିବା ପାଇଁ କଂଗ୍ରେସର ସଂଖ୍ୟାଗରିଷ୍ଠତା ରହିଛି। କିନ୍ତୁ ତୃତୀୟ ଆସନ ଜିତିବାକୁ ହେଲେ ସ୍ୱାଧୀନ ବିଧାୟକଙ୍କ ସାହାଯ୍ୟ ନେବାକୁ ପଡିବ। ଏଭଳି ପରିସ୍ଥିତିରେ ବିଜେପି ମଧ୍ୟ ୨ଟି ଟି ଆସନରେ ପ୍ରାର୍ଥୀ  ଦେଇ ରାଜନୈତିକ ବାତାବରଣକୁ ରୋଚକ କରିବ।

ସମ୍ବନ୍ଧିତ ଖବର