ନୂଆଦିଲ୍ଲୀ,୧୬।୨:ଦେଶ ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (AMCA)ର ଡିଜାଇନ୍ ଏବଂ ବିକାଶ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅତୀତରେ,ଏରୋ ଇଞ୍ଜିନ୍ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଅନେକ ପ୍ରୟାସ କରାଯାଇଛି। ଏବେ ଅସମ୍ପୂର୍ଣ୍ଣ ରହିଥିବା ପ୍ରୟାସଗୁଡ଼ିକୁ ପୂରଣ କରିବାର ସମୟ ଆସିଛି।ଏଭଳି କିଛି କହିଛନ୍ତିପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ସୋମବାର ବେଙ୍ଗାଲୁରୁର ଗ୍ୟାସ୍ ଟରବାଇନ୍ ଗବେଷଣା ପ୍ରତିଷ୍ଠାନରେ ବିଶେଷଜ୍ଞଙ୍କ ସହ କଥାହୋଇ ଏଭଳି କହିଛନ୍ତି। ସେ ବିଶେଷଜ୍ଞ ଏବଂ ଗବେଷକଙ୍କୁ କହିଥିଲେ, ‘ଯଦି ଏକ ଇଞ୍ଜିନ୍ ବିକଶିତ କରିବାକୁ ୨୫ବର୍ଷ ଲାଗେ,ତେବେ ଭାରତର ବର୍ତ୍ତମାନର ପରିସ୍ଥିତି,ଆମର ରଣନୈତିକ ଆବଶ୍ୟକତା ଏବଂ ଆମର ମହତ୍ତ୍ୱାକାଂକ୍ଷା ଏପରି ଯେ ଆପଣମାନେ ବିଚାର କରିବା ଉଚିତ ଯେ ଆପଣଙ୍କର୨୦ବର୍ଷ ପୂର୍ବରୁ ଶେଷ ହୋଇସାରିଛି ଏବଂ ଆପଣଙ୍କର ଏବେ କେବଳ ୫ ବର୍ଷ ବାକି ଅଛି।ଏଥିରେ ଚକିତ ହେବାର କିଛି ନାହିଁ,ଏହା ଏକ ଚ୍ୟାଲେଞ୍ଜ। ଅନ୍ୟ ଦେଶଗୁଡ଼ିକ୨୦ବର୍ଷରେ ଯାହା କରିବେ ତାହା ଆମକୁ ପାଞ୍ଚ ବର୍ଷରେ କରିବାକୁ ପଡିବ।ଏଥିରେ ହିଁ ଆମକୁ ନିଜର ଶ୍ରେଷ୍ଠତା ଦେବାକୁ ହେବ।’

ଆମକୁ ଭବିଷ୍ୟତ ଆଡକୁ ଦେଖିବାର ଅଛି। ଆମେ କେବଳ ପଞ୍ଚମ ପୀଢିର ଇଞ୍ଜିନ ପର୍ଯ୍ୟନ୍ତ ସୀମିତ ରହିପାରିବନି। ଷଷ୍ଠ ପୀଢିର ଆଡଭାନ୍ସ ଟେକ୍ନୋଲୋଜିର ବିକାଶ ମଧ୍ୟ ଆମକୁ ଖୁବ୍ ଶୀଘ୍ର କରିବାକୁ ହେବ। ଏହା ଉପରେ ରିସର୍ଚ୍ଚ, ସମୟର ଆବଶ୍ୟକତା। ଯେପରି ଦୁନିଆରେ ଟେକ୍ନେଲୋଜି ବଦଳୁଛି, ଆର୍ଟିଫିସିଆଲ ମେସିନ୍ ଲର୍ଣ୍ଣିଂ ଓ ନ୍ୟୁ ମ୍ୟାଟେରିଆଲର ପ୍ରୟୋଗ ବଢୁଛି, ଆମକୁ ତା’ଠାରୁ ଆଗକୁ ରହିବାକୁ ହେବ।

ଏଠରେ ଥିବା ବୈଜ୍ଞାନିକ ଏବଂ ରିସର୍ଚ୍ଚରଙ୍କୁ କହିଛୁ ଯେ, ଆପଣ ଇଂଲଣ୍ଡ ସହ ଏରୋ ଇଞ୍ଜିନ ବିକଶିତ କରିବା ପାଇଁ ମିଳିତ ଅଧ୍ୟୟନ କରୁଛୁ। ଏହା ବହୁତ ଭଲ ପଦକ୍ଷେପ । ଏହା ଛଡା ଫ୍ରାନ୍ସ ସହିତ ମଧ୍ୟ ଏରୋ ଇଞ୍ଜିନ ପାଇଁ ଆମେ ନ୍ୟାସନାଲ ଏରୋ ଇଞ୍ଜିନ ମିଶନ୍ ଅନୁସାରେ, ପକ୍ରିୟା ଆରମ୍ଭ କରି ସାରିଛୁ।ଫ୍ରାନ୍ସ ଏବଂ ୟୁକେ ଉଭୟ ଏରୋଇଞ୍ଜିନ୍ ପ୍ରଯୁକ୍ତିବିଦ୍ୟାରେ ଆଗରେ ରହିଛନ୍ତି। ସେମାନଙ୍କ ସହିତ ଏହି ସହଯୋଗ ଆମକୁ କେବଳ ନୂତନ ପ୍ରଯୁକ୍ତିବିଦ୍ୟା ଶିଖିବାର ସୁଯୋଗ ପ୍ରଦାନ କରିବ ନାହିଁ ବରଂ ଗତ ଦଶନ୍ଧି ଧରି ଆମେ ଯେଉଁ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହୋଇଛୁ ତାହାକୁ ବୁଝିବାରେ ମଧ୍ୟ ସାହାଯ୍ୟ କରିବ।