ନୂଆଦିଲ୍ଲୀ, ୪/୨ : ବଢ଼ିଲା ବଲିଉଡ ଅଭିନେତା ରାଜପଲ ଯାଦବଙ୍କ ଅଡ଼ୁଆ । ଚେକ୍ ବାଉନ୍ସ ମାମଲାରେ ଆତ୍ମସମର୍ପଣ ଆଦେଶରୁ ଆଶ୍ବସ୍ତି ପାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନରେ ଲାଗିଛି ଝଟକା । ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଏହାସହ ଆସନ୍ତା ୪ ତାରିଖରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମୁମ୍ବାଇରେ ଥିବାରୁ ୨ଦିନ ଆତ୍ମସମର୍ପଣ ପାଇଁ ସମୟ ଦିଆଯାଇଥିଲା ମାତ୍ର ଏବେ କୌଣସି ଆଧାର ନାହିଁ । ଏଣୁ ଏବେ କୋହଳ କରିବାର କୌଣସି କାରଣ ନାହିଁ ।
ସେପଟେ ରାଜପଲ ଯାଦବଙ୍କ ଓକିଲ କହିଥିଲେ, ଯଦି ଗୋଟିଏ ସପ୍ତାହ ସମୟ ଦିଆଯାଏ ତାହେଲେ ସେ ଟଙ୍କା ଦେଇପାରିବେ । ଏବେ ସେ ୫୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଛନ୍ତି । କିନ୍ତୁ କୋର୍ଟ ଏହାକୁ ସିଧାସିଧା ମନା କରି ଦେଇଥିଲେ । ଏବେ ରାଜପଲ ଜେଲ କର୍ତ୍ତୃପକ୍ଷରେ ପାଖରେ ସରେଣ୍ଡ କରିବା ଶେଷ ଅପସନ୍ ରହିଛି । ଏହା ବ୍ୟବିତ କୌଣସି ଦ୍ବିତୀୟ ରାସ୍ତା ନାହିଁ । ଗତ ୨ ତାରିଖରେ ପ୍ରଥମେ କୋର୍ଟରେ ରାଜପଲଙ୍କୁ ଉତ୍ସନା କରାଯାଇଥିଲା । ସେ କୋର୍ଟକୁ ବାରମ୍ବାର ପ୍ରତିଶୃତି ଦେଇ ଭାଙ୍ଗିଥିଲେ । ତେବେ ୨ଦିନ ସମୟ ଦିଆଯାଇଥିଲା । ମାତ୍ର ଏବେ କୌଣସି ରାସ୍ତା ନାହିଁ ।
କଣ ଏହି ୫ କୋଟିର ମାମଲା :
ରାଜପଲ ଯାଦବଙ୍କ ମାମଲା ୫ କୋଟି ସହ ଜଡ଼ିତ । ସେ ମୁରଲୀ ପ୍ରାଇଭେଟ୍ ଲିମିଟେଡଠାରୁ ଏକ ଫିଲ୍ମ ପାଇଁ ୫ କୋଟି ଟଙ୍କା ଉଦ୍ଧାର ଆଣିଥିଲେ । ଫିଲ୍ମ ନିର୍ମାଣ ପରେ ୮ କୋଟି ଫେରାଇବା ପାଇଁ କହିଥିଲେ । ୨୦୧୦ ମସିହାରେ ଏହା ଘଟିଥିଲା । ମାତ୍ର ରାଜପଲ ଟଙ୍କା ଫେରାଇବାକୁ କହି ବାରମ୍ବାର ତାରିଖ ଗଡ଼ାଇ ଚାଲିଥିଲେ । ଏପରିକି ଦେଇଥିବା ଚେକ୍ ମଧ୍ୟ ବାଉନ୍ସ ହୋଇଥିଲା । ଏହାକୁ ନେଇ ମାମଲା ଚାଲିଥିବାବେଳେ ବାରମ୍ବାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ । ମାତ୍ର ସେ ପ୍ରତିଶୃତି ରକ୍ଷା କରିପାରିନାହାନ୍ତି ।
ଏହାସହ ପଢ଼ନ୍ତୁ : ସଲମାନ ଖାନଙ୍କ ଫଟୋ ଭାଇରାଲ, ‘ଧୁରନ୍ଧର-୨’ରେ ଆସିବେ ନଜର !