ମୁମ୍ବାଇ, ୪/୧ : ‘ଧୁରନ୍ଧର’ ବକ୍ସ ଅଫିସରେ କମାଲ କରିଥିବା ଏହି ବଲିଉଡ ଫିଲ୍ମର ସ୍ବକ୍ବେଲ-୨କୁ ଅପେକ୍ଷା କରିଛନ୍ତି ଦର୍ଶକେ । ପ୍ରଥମ ଭାଗରେ ଅକ୍ଷୟ ଖାନ୍ନାଙ୍କ ଏଣ୍ଟ୍ରି ସାଙ୍ଗକୁ ଅନ୍ୟ କଳାକାରଙ୍କ ବଳିଷ୍ଠ ଅଭିନୟ ଦର୍ଶକଙ୍କ ମନ ଜିଣିଛି । ଏହାର ଦ୍ବିତୀୟ ଭାଗ ମାର୍ଚ୍ଚ ୧୯, ୨୦୨୬ ମସିହାରେ ରିଲିଜ୍ ହେବାକୁ ପୂର୍ବରୁ ତାରିଖ ଧାର୍ଯ୍ୟ ରହିଛି । ବେଶ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମରେ ବଲିଉଡର ଭାଇଜାନ ସଲମାନ ଖାନ ନଜର ଆସିବେ ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ଏକ ଫଟୋ ଏବେ ବେଶ ଭାଇରାଲ ହେଉଛି ।
ସଲମାନ ଖାନ ଛିଡ଼ା ହୋଇଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସୁଟିଂ ସେଟରେ ଛିଡ଼ା ହେଉଥିବା ଦାବି କରାଯାଉଛି । କୁହାଯାଉଛି କି, ସୁଟିଂରେ ରହିଛନ୍ତି ଏହି ସୁପରଷ୍ଟାର । ତାଙ୍କ ସହ ଅର୍ଜୁନ ରାମପଲ ମଧ୍ୟ ଛିଡ଼ା ହୋଇଛନ୍ତି । ଯେଉଁ କାରଣରୁ ଦାବି କରାଯାଉଛି କି, ସଲମାନ ଏହି ଫିଲ୍ମରେ ନଜର ଆସିବେ । ଆଦିତ୍ୟ ଧର ନିର୍ଦେ୍ଦଶିତ ଏହି ଫିଲ୍ମରେ ଅଜୟ ଦେବଗନ ଏବଂ ସଲମାନ ନଜର ଆସିବେ ବୋଲି ପୂର୍ବରୁ ଚର୍ଚ୍ଚା ହୋଇଛି ।
ଫିଲ୍ମରେ ସସପ୍ସେରେ ରହିଥିବା ବଡେ ସାହବ ଭୂମିକାରେ ସଲମାନ ନଜର ଆସିବେ ବୋଲି ସୋସିଆଲ ମିଡିଆରେ ଦାବି କରାଯାଉଛି। ମାତ୍ର ଏନେଇ ପ୍ରଯୋଜନା ସଂସ୍ଥା କିମ୍ବା ସଲମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଫଟୋଟି କିନ୍ତୁ ଏବେ ଭାଇରାଲ ହେଉଥିବାବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ କେହି କେହି କହୁଛନ୍ତି କି, କେବଳ ବିଭ୍ରାନ୍ତ କରିବା ପାଇଁ ଏଆଇ ଫଟୋ କରି ଭାଇରାଲ କରାଯାଉଛି । ସେପଟେ କିଛି ୟୁଜର୍ସ ସୋସିଆଲ ମିଡିଆରେ କମେଣ୍ଟରେ କହିଛନ୍ତି କି, ସଲମାନ ଖାନ କେବେ ମଧ୍ୟ ନେଗେଟିଭ୍ ଭୂମିକାରେ ନଜର ଆସିବେ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ମିଛ । କେବଳ ଭାଇରାଲ କରାଯାଉଛି ।
ଏହାସହ ପଢ଼ନ୍ତୁ : କ’ଣ ହେବ ଆଗାମୀ ପଦକ୍ଷେପ ? ଦଳର ସଭାପତି ହେବେ କି ସୁନେତ୍ରା...