ମୁମ୍ୱାଇ : ରାଜପାଲ ଯାଦବଙ୍କୁ ଆଉ କିଛି ଦିନ ତିହାର ଜେଲ୍‌ରେ ରହିବାକୁ ପଡ଼ିବ। ଚେକ୍ ବାଇନ୍ସ ଓ ଲୋନ୍ ପେମେଣ୍ଟ ମାମଲାରେ ତାଙ୍କୁ ଜାମିନ୍ ମିଳି ପାରି ନାହିଁ। ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ତାଙ୍କର ଜାମିନର ଆବେଦନ ଉପରେ ଶୁଣାଣି ଥିଲା। କୋର୍ଟ ହିୟରିଂ ସୋମବାର ଯାଏ ସ୍ଥଗିତ କରି ଦେଇଛନ୍ତି। ରାଜପାଲଙ୍କ ପରିବାରେ ବାହାଘରର କାର୍ଯ୍ୟକ୍ରମ ଅଛି। ଏଥିଯୋଗୁଁ ସେ ଅପିଲ କରିଥିଲେ ଯ, ତାଙ୍କୁ ଜାମିନ ଦିଆଯାଉ। ହେଲେ ଶୁଣାଣି କରୁଥିବା ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତା ଶର୍ମା ରାଜପାଲଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ, ସେ ଜେଲ୍ ଗଲେ ଏଥିରେ ତାଙ୍କର ହିଁ ଭୁଲ୍ ଅଛି।

ଆହୁରି ମଧ୍ୟ ପଢନ୍ତୁ : ବିବାଦରେ ଉଦିତ ନାରାୟଣ; ପ୍ରଥମ ପତ୍ନୀଙ୍କ ମହିଳା ଥାନାରେ ଏତଲା, ସହମତି ବିନା ଗର୍ଭାଶୟ ବାହାର କରିଥିବା ଅଭିଯୋଗ

ଆଉ କିଛି ଦିନ ଜେଲ୍‌ରେ ରହିବେ ରାଜପାଲ –

ରାଜପାଲ ଯାଦବଙ୍କ ଦେଢ ଦଶକ ପୁରୁଣା ଲୋନ୍ ମାମଲାରେ ଆଉ କିଛି ଦିନ ତିହାର ଜେଲ୍‌ରେ ରହିବାକୁ ପଡ଼ିବ। ଅଭିନେତାଙ୍କ ପକ୍ଷରୁ ଅନେକ ଥର ଏହି ଆଶ୍ୱାସନା ଦିଆଯାଇ ସାରିଛି ଯେ, ସେ ଅଭିଯୋଗକାରୀଙ୍କ ଟଙ୍କା ଶୁଝି ଦେବେ , କିନ୍ତୁ ଏମିତି ହୋଇ ନାହିଁ।ଏହି କଥାରେ କୋର୍ଟ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଶୁଣାଣି ବେଳେ ରାଜପାଳଙ୍କ ଓକିଲ କୋର୍ଟରେ ଷ୍ଟେଟମେଣ୍ଟ ରଖିଥିଲେ ଯ ଟଙ୍କା ଦିଆଯିବ କିନ୍ତୁ ଏମିତି ହୋଇ ପାରିଲା ନାହିଁ। କୋର୍ଟ କହିଛନ୍ତି ଆଜି ପୁଣି କୁହାଯାଉଛି ଯେ, ଟଙ୍କା ଦିଆଯିବ। ଜଷ୍ଟିସ୍ ଶର୍ମା ଶୁଣାଣି ବେଳେ ବ୍ରେକ୍ ପୂର୍ବରୁ ଓକିଲଙ୍କୁ କହିଥିଲେ ଯେ, ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଉ।

କୋର୍ଟଙ୍କ ଶୁଣାଣି ସମୟ ୨ଟା ୩୦ ପରେ ପୁଣି ଥରେ ଆରମ୍ଭ ହୋଇଥିଲା। ଏହା ଉପରେ ରାଜପାଲଙ୍କ ଓକିଲ କୋର୍ଟକୁ କହିଥିଲେ ଯେ, ସେ ରାଜପାଲଙ୍କୁ ଲଗାତାର କଣ୍ଟାକ୍ଟ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ହୋଇ ପାରି ନଥିଲା। ସେ ବେଲ୍ ଆପ୍ଲିକେସନ ଫାଇଲ କରି ଦେଇଛନ୍ତି। ଜଷ୍ଟିସ ଶର୍ମା ଭର୍ତ୍ସନା କରି କହିଥିଲେ , ରାଜପାଲ ନିଜ ପ୍ରତିଶ୍ରୁତି ରଖି ନପାରିବାରୁ ଜେଲ୍ ଯାଇଛନ୍ତି। ଅତି କମ୍‌ରେ ଦୁଇ ଡର୍ଜନ ଥର ସେ କହିଥିଲେ ଯେ ଟଙ୍କା ଦେଇ ଦେବୁ , କିନ୍ତୁ ଟଙ୍କା ଦେଇ କମିଟମେଣ୍ଟ ପୂରା କରିବୁ କିନ୍ତୁ ଏମିତି ହୋଇ ନାହିଁ। ରାଜପାଲଙ୍କ ବେଲ୍ ଉପରେ ଶୁଣାଣି ଏବେ ସୋମବାର ହେବ। କୋର୍ଟ ଦ୍ୱିତୀୟ ପକ୍ଷଙ୍କୁ ବେଲ୍ ଆପ୍ଲିକେସନର ଜବାବ ଫାଇଲ କରିବାକୁ କହିଥିଲେ।

ରାଜପାଲଙ୍କ ଝିଆରୀର ବାହାଘର-

କହି ରଖୁଛୁ କି, ରାଜପାଲ ଯାଦବଙ୍କ ପରିବାରରେ ୧୯ ଫେବ୍ରୁଆରୀରେ ବାହାଘର। ସେ ତାଙ୍କ ଭାଇ ଶ୍ରୀପାଲ ଯାଦବଙ୍କ ଝିଅର ବାହାଧରରେ ଚିଫ୍ ଗେଷ୍ଟ ଭାବେ ନିମନ୍ତ୍ରିତ। ବେଲ୍ ଆପ୍ଲିକେସନରେ ସେ ବାହାଘରରେ ଯୋଗ ଦେବା କଥା କହି ଆବେଦନ କରିଥିଲେ।

ପୂରା ମାମଲା ଉପରେ ନଜର-

ରାଜପାଲ ଯାଦବ ୨୦୧୦ରେ ଦିଲ୍ଲୀର ଜଣେ ବିଜନେସମ୍ୟାନଙ୍କ ଫିଲ୍ମ ତିଆରି କରିବା ପାଇଁ ୫କୋଟି ଟଙ୍କା ନେଇ ଥିଲେ। ସେ 'ଅତା ପତା ଲାପତା' ଫିଲ୍ମ ନିର୍ମାଣ କରି ଥିଲେ ଏବଂ ଏହା ଫ୍ଲପ୍ ହୋଇ ଥିଲା। ଏହାପରେ ତାଙ୍କ ଉପରେ ଟଙ୍କା ଫେରସ୍ତ କରିବାର ଚାପ ବଢିଲା। ଏହାପରେ ରାଜପାଳ ଯାଦବଙ୍କ ଉପରେ ଚେକ୍ ବାଉନ୍ସ ହେବାର କେସ୍ ଫାଇଲ କରାଯାଇ ଥିଲା। ୨୦୧୮ରେ ରାଜପାଲ ଯାଦବଙ୍କୁ ମ୍ୟାଜିଷ୍ଟେରିଆଲ କୋର୍ଟ ଦୋଷୀ ସାବ୍ୟସ୍ତ କରି ଥିଲେ ଏବଂ ୬ ମାସରେ ସଜା ଶୁଣାଇ ଥିଲେ। ଏହାପରେ ୧୦୧୯ରେ ସ୍ପେଶାଲ କୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରି ଥିଲେ। ଏହାପରେ ରାଜପାଲ ଅନେକ ଥର ଟଙ୍କା ଦେବାକୁ ପ୍ରତିଶ୍ରୁତି କରି ସାରିଛନ୍ତି। ଧିରେ ଧିରେ ଆମାଉଣ୍ଟ ବଢି ଥିଲା ଏବଂ ଶେଷରେ ରାଜପାଳ ଟଙ୍କା ହୋଇ ନପାରିବର କଥା କହି ସରେଣ୍ଡର କରିଥିଲେ ଏବଂ ୫ ଫେବ୍ରୁଆରୀ ୨୦୨୬ରେ ତିହାର ଜେଲ୍ ଚାଲିଗଲେ।