PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଆସୁଛି ଉନ୍ନତି, ଅଭିନେତାଙ୍କ ପର୍ସନାଲ୍ ସେକ୍ରେଟାରୀ ଦେଲେ ସୂଚନା

ନୂଆଦିଲ୍ଲୀ ୧୬/୦୮: ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ପୀଡିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ଦିଲ୍ଲୀର AIIMS ରେ ଚିକିତ୍ସିତ ହେଉଛନ୍ତି ଏବଂ ସାତ ଦିନ ପରେ ମଧ୍ୟ ତାଙ୍କର ଚେତନା ଫେରି ନାହିଁ। ବର୍ତ୍ତମାନ ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅପଡେଟ୍ ସାମ୍ନାକୁ ଆସିଛି, ଯାହା ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ତେବେ ଏବେ ବି ସେ ଭେଣ୍ଟିଲେଟରରେ ଅଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ପର୍ସନାଲ୍ ସେକ୍ରେଟାରୀ ଗର୍ବିତ ନାରଙ୍ଗ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ଗର୍ବିତ କହିଛନ୍ତି, ‘ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ଆମେ ପ୍ରାର୍ଥନା କରୁଛୁ ଯେ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ।’ ’ରାଜୁଙ୍କର ମଧ୍ୟ ଏମଆରଆଇ ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ଜଣାପଡିଥିଲା ଯେ ତାଙ୍କ ମୁଣ୍ଡରେ ଅନେକ ଶିର ଦବି ଯାଇଛି। ତଥାପି, ତାଙ୍କ ହାର୍ଟ ସଠିକ୍ ଭାବରେ କାମ କରୁଛି।

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଅନେକ ପ୍ରକାରର ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। ଯେଉଁ କାରଣରୁ ପରିବାର ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ ପରିବାର ପକ୍ଷରୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦିଆଯାଇଛି ଏବଂ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଡାକ୍ତରମାନେ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଛି ବୋଲି ପରିବାର ଲୋକେ କହିଛନ୍ତି।