PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

‘ଭାଗ୍‌ ମିଲଖା ଭାଗ୍‌’ ପାଇଁ ସୋନମ୍‌ ନେଇଥିଲେ ୧୧ ଟଙ୍କା ଫିସ୍‌ , ନିର୍ଦ୍ଦେଶକ କହିଲେ କେମିତି ତିଆରି ହୋଇଥିଲା ଫିଲ୍ମ  

ମୁମ୍ୱାଇ : ‘ ସାହିତ୍ୟ ଆଜତକ ୨୦୨୨’ ର ମଞ୍ଚରେ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ନିର୍ଦ୍ଦେଶକ ରାକେଶ ଓମ୍‌ପ୍ରକାଶ ମେହରା ପହଞ୍ଚି ଥିଲେ। ସେ ନିଜର ପ୍ରାରମ୍ଭିକ କ୍ୟାରିୟର , ଗୁଲଜାର ସାହେବଙ୍କ ସହ ସାକ୍ଷାତ୍ , ଦିଲ୍ଲୀରେ ଲାଳନପାଳନ ହେବା ଓ କେମିତି ସେ ଇଣ୍ଡଷ୍ଟ୍ରୀର ଜଣାଶୁଣା ନିର୍ଦ୍ଦେଶକ ହେଲେ , ଏସବୁ ପୂରା କାହାଣୀ କହିଥିଲେ। ଏହା ବି କହିଥିଲେ ଶେଷ ବ୍ଲକ୍‌ବଷ୍ଟର ଫିଲ୍ମ ଭାଗ୍‌ ମିଲଖା ଭାଗ୍‌ କେମିତି ତିଆରି ହୋଇଥିଲା। ତାଙ୍କୁ ଏହାର ଆଇଡିଆ କେମିତି ଆସିଲା।

ରାକେଶ ଓମ୍‌ପ୍ରକାଶ ମେହରା କହିଛନ୍ତି , ଫିଲ୍ମ ଭାଗ୍‌ ମିଲଖା ଭାଗ୍‌ ମୁଁ ଆଥଲେଟିକ୍ସ ଉପରେ କରି ନଥିଲି । ଏହି ଫିଲ୍ମକୁ କରିବା ପଛରେ ଆଇଡିଆ ଥିଲା କି ମୁଁ ବଡ଼ ପରଦା ଉପରେ ଫିଲ୍ମ ଜରିଆରେ ପାର୍ଟିସନ ଅଫ୍‌ ଇଣ୍ଡିଆ ବିଷୟରେ ତିଆରି କରି ପାରିବି। ଦେଶର ଯେବେ ଭାଗବଣ୍ଟା ହେଉଥିଲା ବା ହୋଇଥିଲା , ଲକ୍ଷ ଲକ୍ଷ ଲୋକ ସ୍ୱାଧିନତାର ଖୁସି ପାଳନ କରୁଥିଲେ। ହେଲେ ଅନ୍ୟପଟେ ଲକ୍ଷ ଲକ୍ଷ ଲୋକ ପାର୍ଟିସନର ଦୁଃଖରେ ସଢ଼ିଥିଲେ ।…ଏହି କଥା ମୁଁ ରିକ୍ରିଏଟ୍‌ କରିବାକୁ ଚାହୁଁଥିଲି । ତାହା ବି ମିଲଖା ସିଂହଙ୍କ ଲାଇଫ୍‌ ଜରିଆରେ ।

राकेश ओमप्रकाश मेहरा

ମୋ ପୂର୍ବରୁ ମିଲଖା ସିଂହଙ୍କ ପାଖକୁ ୧.୫ କୋଟି ଟଙ୍କାର ଅଫର ଆସିଥିଲା। ତାଙ୍କ ଉପରେ ଫିଲ୍ମ କରିବା ପାଇଁ ଓ ତାଙ୍କର କପି ରାଇଟ୍‌ ପାଇଁ ମଧ୍ୟ। ସେ ଏହାକୁ ଏଡ଼େଇ ଦେଇଥିଲେ। ମୁଁ ମିଲଖା ସିଂହଙ୍କ ପୁଅଙ୍କୁ କହିଲି , ମୋ ପାଖରେ ଏତେ ଟଙ୍କା ନାହିଁ। ଆପଣ କୁହନ୍ତୁ , କିଛି କରିନେବା। ଆପଣ ବିଶ୍ୱାସ କରିବେନି ସେତେବେଳେ ସେ ମୋ ଠାରୁ କେତେ ଟଙ୍କା ନେଲେ। ମିଲଖା ସିଂହ ମୋ ଠାରୁ ୧ ଟଙ୍କା ନେଇଥିଲେ ଏବଂ ସୋନମ କପୁର କେବଳ ୧୧ଟଙ୍କା ନେଇଥିଲେ। ଫରହାନ ଅଖତର କହିଥିଲେ କି ପ୍ରଥମେ ଫିଲ୍ମ କରିବା , ଏହାପରେ ଦେଖିବା । ଯାହା ମିଳୁଛି , ଯାହା ମନକୁ ଆସୁଛି , ତା ଦେଇଦିଅ। ଏ ଯେଉଁ କାହାଣୀ କହୁଛ ,କାହା ଖୁବ୍‌ ହୃଦୟସ୍ପର୍ଶୀ। ପ୍ରଥମେ ଫିଲ୍ମର କାମ ଆରମ୍ଭ କରିଦେବା ।