ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଖାନ ଗିରଫ, ଓଶିୱାରା ଥାନାରେ ଅଭିନେତ୍ରୀ କରିଥିଲେ ଅଭିଯୋଗ

ମୁମ୍ବାଇ ୦୭/୦୨: ବଲିଉଡ୍ ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତ ଏବେ ଚର୍ଚ୍ଚାରେ। ଆଦିଲଙ୍କ ସହ ବିବାହ ପରେ ଲଗାତାର ଆଲୋଚନାରେ ରହିଛନ୍ତି ସେ। ରାକ୍ଷୀ ଏବଂ ତାଙ୍କ ସ୍ୱାମୀ ଆଦିଲ ଖାନଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ୍ ନାହିଁ। ଯେଉଁଥିପାଇଁ ବାରମ୍ବାର ଗଣମାଧ୍ୟମ ସାମ୍ନାରେ ଆଦିଲ ତାଙ୍କୁ ଧୋକା ଦେଉଥିବା ସେ କହୁଛନ୍ତି। ଏଥିପାଇଁ ଅଭିନେତ୍ରୀ ଅଭିଯୋଗ ମଧ୍ୟ କରିଥିଲେ। ବର୍ତ୍ତମାନ ଖବର ଅନୁଯାୟୀ, ଆଦିଲଙ୍କୁ ମୁମ୍ବାଇର ଓଶିୱାରା ପୋଲିସ ଗିରଫ କରିଛି। ରାକ୍ଷୀଙ୍କୁ ଭେଟିବା ପାଇଁ ଆଦିଲ ତାଙ୍କ ଘରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଗିରଫ କରିଛନ୍ତି।
ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ରାକ୍ଷୀ କହିଛନ୍ତି, “ଏହା ମିଡିଆ କିମ୍ବା କୌଣସି ନାଟକ ନୁହେଁ। ସେ ମୋ ଜୀବନକୁ ନଷ୍ଟ କରିଦେଇଛି। ସେ ମୋତେ ପିଟିଛି ଏବଂ ମୋ ଟଙ୍କା ଲୁଟି ନେଇଛି। ମୁଁ ମିଡିଆକୁ ଅନୁରୋଧ କରୁଛି ସତ୍ୟକୁ ସମର୍ଥନ କରନ୍ତୁ। ” ତେବେ ବର୍ତ୍ତମାନ ଆଦିଲ ଖାନ ଦୁରାନୀଙ୍କୁ ଓସିୱାରା ପୋଲିସ ଗିରଫ କରିଛି। ସେ ଗତକାଲି ରାତିରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।”
ତେବେ ରାକ୍ଷୀଙ୍କ ଅନୁଯାୟୀ ଆଦିଲଙ୍କର ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ସ ରହିଛି। ଯାହା ତାଙ୍କ ବିବାହକୁ ନଷ୍ଟ କରିଦେଇଛି ଏବଂ ସେ ତାଙ୍କୁ ଛାଡିବାକୁ ଧମକ ଦେଉଛନ୍ତି। ସେ କହିଛନ୍ତି, ଜଣେ ନାରୀ ହିଁ ଅନ୍ୟ ଜଣେ ନାରୀର ଘର ଭାଙ୍ଗୁଛି।