PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ମୋଦିଙ୍କ ଛାତି ୫୬ ଇଞ୍ଚ ନୁହେଁ, ୧୫୬ ଇଞ୍ଚ: ରାମବିଳାସ ପାସୱାନ୍

source:zeenews.india.com

ପାଟଣା ୩/୩: ଗାନ୍ଧୀ ମଇଦାନରେ ରବିବାର ଏନଡିଏର ସଙ୍କଳ୍ପ ରାଲି ଆୟୋଜିତ ହୋଇଯାଇଛି . ଏନଡିଏର ସଙ୍କଳ୍ପ ରାଲିରେ ୧୦ ବର୍ଷ ପରେ ପିଏମ୍ ମୋଦି ଓ ସିଏମ୍ ନିତିଶ କୁମାର ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ଏହି ମଞ୍ଚରେ ଏଲଜେପି ପ୍ରମୁଖ ରାମବିଳାସ ପାସୱନ ମଧ୍ଯ ଉପସ୍ଥିତ ଥିଲେ । ସଙ୍କଳ୍ପ ରାଲିରେ ରାମବିଳାସ ପିଏମ୍ ମୋଦିଙ୍କୁ ମନଭରି ପ୍ରଶଂସା କରିଥିଲେ । ଆତଙ୍କୀଙ୍କ ବିରୋଧରେ ନେଇଥିବା କାର୍ଯାନୁଷ୍ଠାନକୁ ପ୍ରଶଂସା କରି ସେ କହିଥିଲେ ଯେ ପିଏମ୍ ମୋଦିଙ୍କ ଛାତି ୫୬ ଇଞ୍ଚ ନୁହେଁ ୧୫୬ ଇଞ୍ଚ ବୋଲି ପ୍ରମାଣ ହୋଇଗଲା ।

ସଙ୍କଳ୍ପ ରାଲିରେ ଏଲଜେପି ପ୍ରମୁଖ ରାମବିଳାସ ପାସୱାନ୍ ପିଏମ୍ ମୋଦିଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ସେ ୫ ବର୍ଷରେ ଦେଶରେ ଯେଉଁ ବିକାସ କରିଛନ୍ତି ତାହା ଅଦ୍ଭୁତ । ମୋଦିଙ୍କ ବିକାଶ କାର୍ଯ୍ଯକୁ ସ୍ମରଣ କରି କହିଛନ୍ତି ଯେ ଗରିବଙ୍କୁ ଘର, ଗ୍ଯାସ୍ କନେକ୍ସନ, ବିଜୁଳି ଆଦି ବ୍ଯବସ୍ଥା…, । ଏହା କୌଣସି ସହଜ କାମ ନୁହେଁ ବୋଲି ସେ କହିଥିଲେ ।

ପାସୱାନ୍ ସିଏମ୍ ନିତିଶ କୁମାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ ନିତିଶ କୁମାର ନିଜ କାର୍ଯ୍ଯରେ ବିହାରକୁ ଲଗାତାର ଆଗକୁ ବଢାଇବା କାର୍ଯ୍ୟ କରିଛନ୍ତି । ସେ ମୋଦି ସରକାରଙ୍କ ଆୟୁଷ୍ମାନ ଯୋଜନା କଥା ଉଠାଇ ଏହା ଗରିବଙ୍କ ପାଇଁ ବଡ ପଦକ୍ଷେପ ବୋଲି କହିଥିଲେ ।

ମୋଦିଙ୍କ ସବର୍ଣ୍ଣ ଆରକ୍ଷଣ ପ୍ରସଙ୍ଗ ମଧ୍ଯ ଉଠାଇଥିଲେ ପାସୱାନ୍ । ସେ କୁମ୍ଭ ଘଟଣା ମଧ୍ଯ ମନେ ପକାଇ ଭାବୁକ ହେଲେ । ସେ କହିଲେ ଯେ ମୋଦି କୁମ୍ଭରେ ସ୍ନାନ କରିବାପାଇଁ ଯାଇଥିଲେ । ଏହାପରେ ସେ ସଫେଇ କର୍ମଚାରୀଙ୍କୁ ପାଦ ଧୋଇଥିଲେ । ଏହି କାମ ମୋ ଆଖିରେ ଲୁହ ଦେଇଥିଲା । ସେ ଏହି ବର୍ଗକୁ ଏମିତି ସମ୍ମାନ ଦେଲେ ଯାହା ପୂର୍ବରୁ କେହି ବି ଦେଇନଥିଲେ । ପିଓକେରେ ଏୟାର ଷ୍ଟ୍ରାଇକ୍ ମାମଲା ଉଠାଇ ସେ କହିଲେ ଯେ ପାକିସ୍ତାନକୁ ଜବାବ ଦେଇ ନମୋ ଏହା ପ୍ରମାଣ କରିଦେଲେ ଯେ ତାଙ୍କର ଛାତି ୫୬ ଇଞ୍ଚ ନୁହେଁ ବରଂ ୧୫୬ ଇଞ୍ଚ ।

ସମ୍ବନ୍ଧିତ ଖବର