ମୁମ୍ବାଇ,୩/୬ : ସାଉଥର ସୁପରଷ୍ଟାର ରାମ ଚରଣ ଏବଂ ବଲିଉଡ଼ ସୁନ୍ଦରୀ ଜାହ୍ନବୀ କପୁର ବକ୍ସ ଅଫିସରେ ମିଶି ଧମାଲ୍ କରିବାକୁ ପୂରା ପ୍ରସ୍ତୁତ ଅଛନ୍ତି । ଉଭୟଙ୍କ ମୋଷ୍ଟ ଆଓ୍ବେଟେଡ୍ ଫିଲ୍ମ ‘ପେଡ୍ଡୀ’ ଫିଲ୍ମ ହଲରେ ରିଲିଜ୍ ହେବାକୁ ଯାଉଛି । ତେଲୁଗୁ ସହିତ ଏହି ଫିଲ୍ମ ହିନ୍ଦୀ ବ୍ୟତୀତ ପ୍ରାୟ ୫ଭାଷାରେ ରିଲିଜ ହେବାକୁ ଯାଉଛି । ଏହ ମଧ୍ୟରେ କେତେକ ଫ୍ୟାନ୍ସ ଏହା ବି ଜାଣିବାକୁ ଉତ୍ସାହିତ ଅଛନ୍ତି କି ‘ପେଡ୍ଡୀ’ର ଅର୍ଥ କ’ଣ ? ଆସନ୍ତୁ ଜାଣିବା ଏହାର ଅର୍ଥ କ’ଣ ।
‘ପେଡ୍ଡୀ’ ତେଲୁଗୁ ଭାଷାର ଶଦ୍ଦ ଅଟେ । ଏହି ଶଦ୍ଦ ପେଡ୍ଡାରୁ ଆସିଛି । ପ୍ରକାଶ ଯେ, ପେଡ୍ଡୀ ଶଦ୍ଦର ଅର୍ଥ ହିନ୍ଦୀରେ ବଡ଼ ହୋଇଥାଏ । ଏହି ଶଦ୍ଦର ପ୍ରୟୋଗ ବଡ଼ ଏବଂ ସମ୍ମାନୀତ ବ୍ୟକ୍ତିଙ୍କ ଲାଗି କରାଯାଇଥାଏ । ଏବେ ଦେଖିବାକୁ ବାକି ରହିଲା କି ପେଡ୍ଡୀ ତା‘ର ନାଁ ଅନୁସାରେ ବକ୍ସ ଅଫିସରେ କିଛି ବଡ଼ କରି ପାରୁଛି କି ନାହିଁ ।
ଫିଲ୍ମର କାହାଣୀ ଏକ ଗ୍ରାମୀଣ ବ୍ୟାକଗ୍ରାଉଣ୍ଡ ଉପରେ ବେସ୍ଡ ହୋଇଛି । ଏଥିରେ ରାମ ଚରଣ ଜଣେ କୁସ୍ତିଯୋଦ୍ଧା ଚରିତ୍ରରେ ନଜର ଆସିବାରେ ଅଛନ୍ତି । ସେହିଭଳି ସେ କ୍ରିକେଟ ପଡ଼ିଆରେ ମଧ୍ୟ ବ୍ୟାଟ୍ ବୁଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିବ । ଏହି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମର କାହାଣୀ ଏକ ଏଭଳି ଯୁବକଙ୍କର ଅଟେ ଯିଏ ଏକ ଆଖୁ କାରଖାନାରେ କାମ କରୁଥିବା ଜଣେ ଶ୍ରମିକ ଅଟନ୍ତି । କିନ୍ତୁ ତାଙ୍କୁ କ୍ରିକେଟ, ଦୌଡ଼ ଏବଂ କୁସ୍ତି ଭଳି ଖେଳ ବି ଜଣା ଅଛି । ପେଡ୍ଡୀ ଉପରେ ମେକର୍ସ ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ବୁଚ୍ଚି ବାବୁ ସନା କରିଛନ୍ତି । ଫିଲ୍ମରେ ଜାହ୍ନବୀ କପୁର ଏବଂ ରାମ ଚରଣଙ୍କ ସହ ଶିବା ରାଜକୁମାର, ଦିବ୍ୟେନ୍ଦୁ ଶର୍ମା, ଜଗପତି ବାବୁ ଏବଂ ବୋମନ ଇରାନୀ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ରାମଙ୍କ ୧୫ତମ ସିନେମା ଅଟେ ଏବଂ ଏହାର ବଜେଟ ୩୫୦କୋଟି ଟଙ୍କା ଅଟେ ।