ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ରାମ ଗୋପାଳଙ୍କ ଜବାବ, କହିଲେ ଯଦି ଆଲୋଚନାରେ ସବୁ ସମସ୍ୟାର ସମାଧାନ ହୋଇଯାଏ ତେବେ ତୃତୀୟ ବିବାହ କାହିଁକି କଲ ?

source:www.sakshi.com
ମୁମ୍ବାଇ ୨୧/୨: ୨ ଦିନ ତଳେ ପୁଲୱାମା ଆକ୍ରମଣର ପ୍ରମାଣ ମାଗୁଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । କହିଥିଲେ ଯେ ଭାରତ ବିନା ପ୍ରମାଣରେ ଆମ ଉପରେ ଦୋଷ ଲଦୁଛି । ଯଦି ପ୍ରମାଣ ଅଛି ଦେଖାଅ ଆମେ ଯାଞ୍ଚ କରିବୁ । ତେବେ ତାଙ୍କୁ ଏହାର କଡା ଜବାବ ଦେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ସେ ଟ୍ୱିଟ୍ କରି ଇମ୍ରାନଙ୍କୁ କଟାକ୍ଷ କରିଛନ୍ତି ଯେ ଯଦି ଆଲୋଚନା ମାଧ୍ଯମରେ ସବୁ ସମସ୍ୟାର ସମାଧାନ ହେଇଯିବ ବୋଲି ଭାବୁଛ ତେବେ ତୁମେ ତୃତୀୟ ବିବାହ କାହିଁକି କଲ ?
Dear Prime Minister @ImranKhanPTI
— Ram Gopal Varma (@RGVzoomin) February 20, 2019
If problems can be resolved by dialogue…
You wouldn’t have needed to marry 3 Times?
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଜ ଷ୍ଟାଇଲରେ ଜବାବ ଦେଇଛନ୍ତି ରାମ ଗୋପାଳ ବର୍ମା । ସେ ଟ୍ୱିଟ୍ କରି କହିଛନ୍ତି, ପ୍ରିୟ ପ୍ରଧାନମନ୍ତ୍ରୀ, ଯଦି ଆଲୋଚନା ମାଧ୍ଯମରେ ସବୁ ସମସ୍ୟାର ସମାଧାନ ହୋଇଯାଏ ତେବେ ଆପଣ ତୃତୀୟ ବିବାହ କରିବା ଦରକାର ପଡିନଥାନ୍ତା ।
Dear Prime Minister @ImranKhanPTI
— Ram Gopal Varma (@RGVzoomin) February 20, 2019
Can you please educate us dumb Indians on how to have dialogue with a man rushing at you to explode tons of RDX on you ..And ofcourse we all Indians will pay you, your tuition fee Teacher
ବର୍ମା ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, ପ୍ରିୟ ପ୍ରଧାନମନ୍ତ୍ରୀ, ଆପଣ ଆମ ଭାରତୀୟମାନଙ୍କୁ ବୁଝାଇ ଦେଇପାରିବେ କି ଏମିତି ଜଣେ ବ୍ୟକ୍ତି ଯିଏ କି ଟନ୍ ଟନ୍ ବିସ୍ଫୋରକ ଆଣି ଆପଣଙ୍କ ଉପରକୁ ଆକ୍ରମଣ କରିବା ପାଇଁ ଆସୁଛି ତେବେ ଆପଣ ତା ସହିତ କେମିତି ଆଲୋଚନା କରିବେ ? ଯଦି ଆପଣ ଆମକୁ ଏହା ବୁଝାଇ ଦେବେ ତେବେ ଆମେ ନିଶ୍ଚୟ ଆପଣଙ୍କୁ ଟ୍ଯୁସନ ଫିସ୍ ଦେବୁ ।