PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ପଜିଟିଭ, ଭୂମିପୂଜନରେ ପ୍ରଧାନମନ୍ତ୍ରୀଙ୍କ ସହ ଥିଲେ

https://aajtak.intoday.in/

ଲକ୍ଷ୍ନୌ,୧୩।୮: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର  ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ପଜିଟିଭ। ତାଙ୍କୁ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ କରୋନା ଟେଷ୍ଟ କରାଯାଇଥିଲେ। ଏବେ ତାଙ୍କୁ ଅକ୍ସିଜେନରେ ରଖାଯାଇଛି। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଉତ୍ତର ପ୍ରଦେଶର ମଥୁରାରେ ପହଁଞ୍ଚିଥିବା ବେଳେ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ ହୋଇପଡିଥିଲେ।

ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସମର୍ଥକ ଓ ମଥୁରା ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ  ମେଦାନ୍ତ ହସ୍ପିଟାଲର ଡାକ୍ତର ନରେଶ ତ୍ରେହେନଙ୍କ ସହିତ କଥା ହୋଇଛନ୍ତି ଓ  ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଗୁରଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲ ସିଫ୍ଟ କରିବାର ପ୍ରସ୍ତୁତି ଚାଲିଛି। ସବୁଠାରୁ ବଡ କଥା ହେଲା ରାମ ମନ୍ଦିର ଭୂମି ପୂଜନ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଥିଲେ।

ଉଲ୍ଲେଖନୀୟ ଯେ, ପ୍ରତିବର୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଜନ୍ମାଷ୍ଟମୀ ଅବସରରେ ମଥୁରା ଆସୁଥିଲେ। ଚଳିତ ବର୍ଷ ମଧ୍ୟ ସବୁଥର ଭଳି ମଙ୍ଗଳବାର ସନ୍ଧ୍ୟାରେ ମଥୁରାରେ ସେ ପହଁଞ୍ଚିଥିଲେ। ନିଜ ସହିତ ସରୟୂ ନଦୀର ପବିତ୍ର ଜଳ ନେଇକି ଆସିଥିଲେ। ଏଥର କୃଷ୍ଣ ଜନ୍ମସ୍ଥାନରେ କାହ୍ନାଙ୍କୁ ୩ ନଦୀର ପବିତ୍ର ଜଳରେ ଅଭିଷେକ କରାଯାଇଥିଲା। ଏହି ସମୟରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ   ଦେହ ହଠାତ୍ ଖରାପ ହୋଇଯାଇଥିଲା। ତାକୁ ଜ୍ବର ହେବା ସହିତ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା।