ମୁମ୍ବାଇ,୧୦/୫ : ଭାରତୀୟ ସିନେମାରେ ଡବଲ୍ ରୋଲ୍ ଫିଲ୍ମର ସବୁବେଳେ ଖାସ୍ କ୍ରେଜ୍ ଥାଏ । ଦର୍ଶକଙ୍କୁ ଏଭଳି ଚରିତ୍ର ବହୁ ପସନ୍ଦ ଆସିଥାଏ । ଯେଉଁଠାରେ ଜଣେ ଅଭିନେତା ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥାନ୍ତି । ‘ଜୁଡ଼ଓ୍ବା‘ରେ ସଲମାନ ଖାନଙ୍କ ଡବଲ୍ ରୋଲକୁ ଖୁବ୍ ପସନ୍ଦ କରାଯାଇଛି । ସେହିଭଳି ‘ଜଓ୍ବାନ’ରେ ବି ଶାହରୁଖ ଖାନଙ୍କ ଡବଲ୍ ରୋଲକୁ ବହୁ ପସନ୍ଦ ମିଳିଥିଲା । ଆଗାମୀ ଦିନରେ ବି କେତେକ ବଡ଼ ଫିଲ୍ମ ରିଲିଜ ହେବାକୁ ଅଛି, ଯେଉଁଥିରେ କଳାକାର ଡବଲ୍ ରୋଲ୍ ନିଭାଉଥିବା ଦେଖାଯିବେ । ଆସନ୍ତୁ ଫିଲ୍ମର ଲିଷ୍ଟ ଉପରେ ନଜର ପକାଇବା ।

ଟକ୍ସିକ

କନ୍ନଡ଼ ସୁପରଷ୍ଟାର ୟଶ ଗତ କିଛିଦିନରୁ ନିଜ ଅପକମିଂ ଫିଲ୍ମ ‘ଟକ୍ସିକ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ଅଭିନେତା ଦୁଇ ଭିନ୍ନ ଭିନ୍ନ ଲୁକ୍ସରେ ନଜର ଆସିବେ । ସେ ଏକ ବାପା(ରାୟ) ଏବଂ ତାଙ୍କର ସମାନ ଦେଖାଯାଉଥିବା ପୁଅ(ଟିକଟ)ର ଡବଲ୍ ରୋଲ୍ ନିଭାଉଛନ୍ତି । ଏହି ଫିଲ୍ମରେ କିୟାରା ଆଡ଼ଭାନୀ, ନୟନତାରା, ତାରା ସୁତାରିୟା ଏବଂ ହୁମା କ୍ୟୁରେଶୀଙ୍କ ଭଳି ଅଭିନେତ୍ରୀ ନଜର ଆସିବେ ।

ଶକ୍ତି ଶାଳିନୀ

ମୋହିତ ସୁରୀଙ୍କ ଫିଲ୍ମ ‘ସେୟାରା’ରେ ଷ୍ଟାର୍ ହୋଇଥିବା ଅଭିନେତ୍ରୀ ଅନୀତ ପଡ୍ଡା ଏବେ ‘ଶକ୍ତି ଶାଳିନୀ’ରେ ନଜର ଆସିବେ । ଏହି ଫିଲ୍ମରେ ଅନୀତ ଡବଲ ରୋଲରେ ନଜର ଆସିବେ । ଏହି ଫିଲ୍ମ ଭଲ ଏବଂ ଖରାପ ଉପରେ ଆଧାରିତ ଅଟେ । ଫିଲ୍ମରେ ଅନୀତ ଗୋଟିଏ ପଟେ ଶକ୍ତିଶାଳୀ ରକ୍ଷକ ‘ଶକ୍ତି’ର ଚରିତ୍ରରେ ନଜର ଆସିବେ । ଯାହାକି ଅନ୍ୟପଟେ ସେ ଶାଳିନୀ ନାମକ ଏକ ପ୍ରତିଶୋଧ ପରାୟଣ ଆତ୍ମାର ଭୂମିକା ମଧ୍ୟ ନିଭାଇବେ । ଏଥିରେ ଅଭିନେତା ବିଶାଲ ଜେଠୱା ବି ନଜର ଆସିବେ ।

‘ରାମାୟଣ ପାର୍ଟ ୧‘ ଏବଂ ‘ରାମାୟଣ ପାର୍ଟ ୨’

ନିକଟରେ ରଣବୀର କପୁର ଖୁଲାସା କରିଛନ୍ତି କି, ସେ ଫିଲ୍ମ ‘ରାମାୟଣ’ରେ ଡବଲ୍ ରୋଲ୍ ନିଭାଉଥିବା ନଜର ଆସିବେ । ଏହି ଫିଲ୍ମରେ ଭଗବାନ ରାମଙ୍କ ସହ ଭଗବାନ ପର୍ଶୁରାମଙ୍କ ଭୂମିକା ବି ନିଭାଇବେ । ଫିଲ୍ମରେ ସାଇ ପଲ୍ଲବୀ ମାତା ସୀତାଙ୍କ ଚରିତ୍ରରେ ଦେଖାଯିବେ । ଯାହାକି ୟଶ ରାବଣର ଭୂମିକାରେ ନଜର ଆସିବେ । ଏହି ମେଗା ବଜେଟ ଫିଲ୍ମ ଦୁଇ ଭାଗରେ ରିଲିଜ୍ କରାଯିବ । ଏହାର ପ୍ରଥମ ଭାଗ ଦ୍ବିଓାଲୀ ୨୦୨୬ରେ ଫିଲ୍ମ ହଲରେ ରିଲିଜ ହେବ । ଯାହାକି ଦ୍ବିତୀୟ ପାର୍ଟ ଦିଓ୍ବାଲୀ ୨୦୨୭ରେ ଦର୍ଶକଙ୍କ ମଧ୍ୟରେ ଆସିବ ।

‘ଏନିମଲ ପାର୍କ’

୨୦୨୩ରେ ଆସିଥିବା ରଣବୀର କପୁରଙ୍କ ଫିଲ୍ମ ‘ଏନିମଲ’କୁ ବହୁ ପସନ୍ଦ କରାଯାଇଥିଲା । ଏହି ଫିଲ୍ମରେ ସେ ରଣବିଜୟର ଭୂମିକା ନିଭାଇଥିଲେ। ଫିଲ୍ମର ଲାଷ୍ଟରେ ଅଜୀଜ ହକ ନାମକ ଏକ ଚରିତ୍ରରେ ନଜର ଆସିଥିଲେ । ସେ ରଣବିଜୟ ଭଳି ଦେଖା ହେବା ଲାଗି ପ୍ଲାଷ୍ଟିକ ସର୍ଜରି କରିଥିଲେ । ଫିଲ୍ମର ସିକ୍ବେଲ ‘ଏନିମଲ ପାର୍କ’ରେ ରଣବୀର ରଣବିଜୟ ଏବଂ ଅଜୀଜର ଭୂମିକାରେ ଦେଖାଯିବେ । ରଶ୍ମିକା ମନ୍ଦାନା ଏବଂ ତୃପ୍ତି ଡିମରୀବି ଏହି ଫିଲ୍ମର ଭାଗିଦାରୀ ଅଟନ୍ତି ।

‘କଲ୍କି ୨୮୯୮ AD ପାର୍ଟ ୨’

ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋଣଙ୍କ ଫିଲ୍ମ ‘କଲ୍କି ୨୮୯୮ AD ପାର୍ଟ ୨’ର ସିକ୍ବେଲକୁ ନେଇ ଦର୍ଶକ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ସିନେମାର କ୍ଲାଇମାକ୍ସରେ ଦେଖାଯାଇଥିଲା କି ପ୍ରଭାସଙ୍କ ଚରିତ୍ର ଭୈରବ ମହାଭାରତର ଯୋଦ୍ଧା କର୍ଣ୍ଣଙ୍କ ପୁନଜନ୍ମ ଅଟେ । ଏବେ ‘କଲ୍କି ୨୮୯୮ AD ପାର୍ଟ ୨’ରେ ପ୍ରଭାସ ଡବଲ୍ ରୋଲରେ ନଜର ଆସିବାରେ ଅଛନ୍ତି । ସେ ଫିଲ୍ମରେ ଭୈରବ ଏବଂ କର୍ଣ୍ଣର ଚରିତ୍ର ନିଭାଇବେ ।