ନୂଆଦିଲ୍ଲୀ : ‘ରାମାୟଣ’ର ଟିଜର ରିଲିଜ୍ ହୋଇଛି । ଗୁରୁବାର ହନୁମାନ ଜୟନ୍ତୀ ଅବସରରେ ଏହି ହାଇ ବଜେଟ୍ ଫିଲ୍ମର ଟିଜର ରିଲିଜ୍ ହୋଇଛି । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଫିଲ୍ମରେ ରାମ ଭୂମିକାରେ ନଜର ଆସିଛନ୍ତି ରଣବୀର କପୁର । ଟିଜର ରିଲିଜ୍ ହେବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା କରାଯାଉଛି । ଫିଲ୍ମ ନିର୍ମାତା ସଞ୍ଜୟ ଗୁପ୍ତା ଟିଜର ରିଲିଜ୍ ହେବା ପରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ମୁଁ ପାହାଡ଼ ଖୋଳୁଥିଲି, ମୋତେ ମୂଷା ମିଳିଲା । ଯାହାକୁ ନେଇ ୟୁଜର୍ସମାନେ ଏବେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।
KHODA PAHAAD... NIKLA CHUHA.
— Sanjay Gupta (@_SanjayGupta) April 2, 2026
ସେ ଏକ୍ସରେ ପୋଷ୍ଟ କରିବା ପରେ ୟୁଜର୍ସମାନେ ନକରାତ୍ମକ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି କି, ତୁମେ ଆଜି ପର୍ଯ୍ୟନ୍ତ କେତେ ପାହାଡ଼ ଖୋଳିଛ ? ଆଉ ଜଣେ ୟୁଜର୍ସ ଲେଖିଛନ୍ତି କି, ତୁମେ ପର୍ବତ କାହିଁକି ଖୋଳିଲ ? ପାହାଡ଼ ଖୋଳିଲେ କେବଳ ମୂଷା ମିଳନ୍ତି । ଏତେ ପରିଶ୍ରମ କାହିଁକି କଲ ? ତୁମେ କେବଳ କପି କରିପାର । ଏଭଳି ଭାବେ ବହୁ ୟୁଜର୍ସ ଖରାପ କମେଣ୍ଟମାନ ଦେବା ଆରମ୍ଭ କରି ଦେଇଛନ୍ତି ।
୪ ହଜାର କୋଟି ଟଙ୍କା ବିନିମୟରେ ଏହି ଫିଲ୍ମଟି ନିର୍ମାଣ ହେଉଛି । ଯାହାର ନାମ ଘୋଷଣା ହେବା ଦିନଠାରୁ ବେଶ ଚର୍ଚ୍ଚାରେ ରହିଛି । ଷ୍ଟାରକାଷ୍ଟକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା । ଭିଏଫଏକ୍ସରେ ନିର୍ମିତ ହୋଇଥିବା ଫିଲ୍ମର ଟିଜର ଦର୍ଶକେ ବେଶ ଭଲପାଇବା ଦେବା ଆରମ୍ଭ କରିଛନ୍ତି । ତେବେ ଏହି ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍ ହେବାର ଯୋଜନା କରାଯାଇଛି । ରାମାୟଣ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଭାବନା । ପୌରାଣିକ କାହାଣୀ ଉପରେ ନିର୍ମାଣ କରାଯାଉଥିବାବେଳେ ଦର୍ଶକଙ୍କ ଭାବନାକୁ ଏହା କେତେ ଛୁଇଁବ ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : ଭିଡିଓ ସେୟାର କଲା CSK, ଜଣା ପଡ଼ିଲା କେବେ ଫେରିବେ ଧୋନୀ