ନୂଆଦିଲ୍ଲୀ ୧୫/୪ : ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ହେଉଛନ୍ତି ଅନ୍ୟତମ ଅଭିନେତ୍ରୀ । ଯିଏକି ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଲକଡାଉନ୍ ଏକ୍ସଟେନ୍ସନ୍ ଅନୁସରଣ କରିବାକୁ କହିଥିଲେ , ଯାହା ମଙ୍ଗଳବାର ଦିନ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।
ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ପୋଷ୍ଟ କରି ଅନୁସରଣକାରୀଙ୍କୁ ଲକଡାଉନର ପ୍ରୋଟୋକଲକୁ ଗମ୍ଭୀରତାର ସହ ନେବାକୁ କହିଥିଲେ। ସେ ମୋଦିଙ୍କ ଭାଷଣରୁ କିଛି ପଏଣ୍ଟ ଉପରେ ଆଲୋକପାତ କରିଥିଲେ ଏବଂ ଏହା ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତ ପାଇଁ କିପରି ସହାୟକ ବୋଲି ଉଲ୍ଲେଖ କରିଥିଲେ ।
ଏହାସହ ମଧ୍ୟ ପଢି ପାରିବେ : ପିତା ନିଜ ନବଜାତ ଶିଶୁର ନାଁ ଦେଲେ ‘ସାନିଟାଇଜର’ : କହିଲେ , ତାର କରୋନାକୁ ଲଢିବାର ଶକ୍ତି ଅଛି
ଅଭିନେତ୍ରୀ ଦୀପିକା ଚିଖଲିଆ କରୋନାଭାଇରସ୍ ସଙ୍କଟକୁ ଏକ ‘ଅଗ୍ନି-ପରୀକ୍ଷା ’ ଏବଂ ଲକଡାଉନ୍ କୁ ‘ଲକ୍ଷ୍ମଣ ରେଖା’ ବୋଲି କହିଥିଲେ।
ଦିପିକାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଇନଷ୍ଟାଗ୍ରାମ ପୋଷ୍ଟକୁ ଦେଖନ୍ତୁ:
wp:html/wp:html