PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ରାମଚରିତମାନସ ହେଲା ବିଶ୍ୱର ସବୁଠାରୁ ଲମ୍ବା ଗୀତ, ବାରଣାସୀର ଏହି ବ୍ୟକ୍ତି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ ୨୫/୫: ଗତ କିଛି ଦିନ ତଳେ ଦେଶରେ ରାମଚରିତମାନସକୁ ନେଇ ଖୁବ୍ ବିବାଦ ହୋଇଥିଲା । କିନ୍ତୁ ରାମଚରିତମାନସକୁ ନେଇ ଜଣେ ବ୍ୟକ୍ତି ୱର୍ଲ୍ଡ ରେକର୍ଡ କରିଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବାରଣାସୀର ଡକ୍ଟର ଜଗଦୀଶ ପିଲ୍ଲଇ । ଖାସ୍ କଥା ହେଉଛି ତାଙ୍କ ନାଁରେ ପୂର୍ବରୁ ୫ ଗିନିଜ୍ ୱର୍ଲ୍ଡ ରେକର୍ଡ ରହିଛି । ପ୍ରାୟ ୧୩୮ ଘଣ୍ଟା, ୪୧ ମିନିଟ୍ ଏବଂ ୨ ସେକେଣ୍ଡରେ ଜଗଦୀଶ ପିଲ୍ଲଇ ରାମଚରିତମାସ ଗାଇ ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି । ଏହି ଭଳି ଅଫିସିଆଲ୍ ରୂପେ ରାମଚରିତମାନସ ବିଶ୍ୱର ସବୁଠାରୁ ଲମ୍ବା ଗୀତ ହୋଇଯାଇଛି ।

ପେଶାରେ ଜଗଦୀଶ ପିଲ୍ଲଇ ରିସର୍ଚ୍ଚର ଏବଂ ଲେଖକ । ସେ ପୂର୍ବରୁ ଅନେକ ଫିଲ୍ଡ୍ସରେ ବିଶ୍ୱ କିର୍ତ୍ତୀମାନ କରିସାରିଛନ୍ତି । କିନ୍ତୁ ଏହି ୱର୍ଲ୍ଡ ରେକର୍ଡ ଟିକେ ଖାସ୍ । ସେ ୧୩୮ ଘଣ୍ଟା, ୪୧ ମିନିଟ୍ ଏବଂ ୨ ସେକେଣ୍ଡରେ ରାମଚରିତମାସକୁ ଗାଇଛନ୍ତି । ଏଥିରେ ଗିନିଜ୍ ବୁକ୍ ମଧ୍ୟ ମୋହର ମାରିଛି । ଏପର୍ଯ୍ୟନ୍ତ ସବୁଠାରୁ ଲମ୍ବା ଗୀତର ରେକର୍ଡ ଇଂଲଣ୍ଡର ଏକ ମ୍ୟୁଜିକ୍ ବ୍ୟାଣ୍ଡ୍ ନାଁରେ ଥିଲା ଯାହା ୧୧୫ ଘଣ୍ଟା ଏବଂ ୪୫ ମିନିଟର ଥିଲା । ପିଲ୍ଲଇ ଏହି ରେକର୍ଡକୁ ଭାଙ୍ଗିଦେଇଛନ୍ତି ।

ଜଗଦୀଶ ପିଲ୍ଲଇ କରୋନା କାଳରେ ଏହି ଗୀତ ପାଇଁ ପ୍ରସ୍ତୁତ ହେବା ଆରମ୍ଭ ହୋଇଥିଲେ । କିନ୍ତୁ ମଝିରେ ଏହାକୁ ରୋକିବାକୁ ପଡିଥିଲା । ଏହା ପରେ ସେ ନିଜେ ଏହି ଗୀତକୁ ମୁଖସ୍ଥ କରିବା ଆରମ୍ଭ କଲେ । ଏହା ପରେ ଅନେକ ଔପଚାରିକତାର ସହ ସମ୍ପୂର୍ଣ୍ଣ କରିବା ପରେ ପ୍ରାୟ ୧୦ ଦିନ ପୂର୍ବରୁ ସେ ଗିନିଜ ବୁକକୁ ରେକର୍ଡ ପ୍ରଦାନ କଲେ । ଭଗବାନ ରାମଙ୍କୁ ଆଦର୍ଶ ମାନୁଥିବା ପିଲ୍ଲଇ କହିଛନ୍ତି କି ସେ ତାଙ୍କଠୁ ବହୁତ ପ୍ରଭାବିତ । ପିଲ୍ଲଇଙ୍କ ଅନୁସାରେ ପ୍ରାୟ ୫୦ ଘଣ୍ଟାରେ ସେ ସମ୍ପୂର୍ଣ୍ଣ ରାମାୟଣ ଗାଇଥିଲେ ।