PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ରମ୍‌ଜାନ ମାସର ପ୍ରଥମ ରୋଜା ଆରମ୍ଭ, ସନ୍ଧ୍ୟାରେ ତରାବି ନମାଜ ପାଠ କଲେ

ଭୁବନେଶ୍ୱର, ୨୫।୩ : ଆରମ୍ଭ ହୋଇଛି ରମ୍‌ଜାନ ମାସ । ଏହା ମୁସଲମାନ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ପର୍ବ । ଦାନ ଧର୍ମର ମାସ । ରମଜାନ୍‌ ମାସର ପ୍ରଥମ ରୋଜା ରଖି ଆଲ୍ଲାଙ୍କୁ ପ୍ରାର୍ଥନା କରିଛନ୍ତି । ଦିନରେ ୫ଥର ନମାଜ ସହ ସନ୍ଧ୍ୟାରେ ତରାବି ନମାଜ ପାଇଁ ମସଜିଦ୍‌ରେ ଭିଡ଼ ଜମାଇଥିଲେ ମୁସଲମାନ ଶ୍ରଦ୍ଧାଳୁ । ଦିନସାରା ଉପବାସ ରହି ସନ୍ଧ୍ୟାରେ ଖଜୁରି, ମିଠା, ଫଳ, ଲଚ୍ଛା ଖାଇବା ସହ ସର୍ବତ ପିଇଥିଲେ । ଏମିତିକି କିଛି ମସ୍‌ଜିଦ୍‌ରେ ଏକାଠି ବସି ଖାଇବାର ବ୍ୟବସ୍ଥା (ଇଫତାର) ହୋଇଥିଲା । ଏହାପରେ ତରାବି ନମାଜ ପାଠ ପାଇଁ ସନ୍ଧ୍ୟାରୁ ମସ୍‌ଜିଦ୍‌ରେ ଏକାଠି ହୋଇଥିଲେ । ଏହି ତରାବି ପ୍ରାର୍ଥନା ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ରମଜାନ୍‌ ମାସର ଆରମ୍ଭ ଶୁକ୍ରବାର ପଡ଼ିଥିବାରୁ ବିଶେଷ ଭିଡ଼ ଦେଖିବାକୁ ମିଳିଥିଲା । ମସ୍‌ଜିଦ୍‌ ରଙ୍ଗୀନ୍‌ ଆଲୋକମାଳାରେ ସଜ୍ଜିତ ହୋଇଥିଲା ।

ଗତକାଲି ରମଜାନ୍‌ର ମାସର ପ୍ରଥମ ଦିନ ଥିବାରୁ ମସଜିଦ୍‌ରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା । ଏସ୍‌.କେ ରାଜାଙ୍କ କହିବା କଥା, ଗତ ବୁଧବାର ଦିନ ଶାବାନ୍‌ ମାସର ୨୯ ଦିନ ଥିଲା । ନିୟମ ଅନୁଯାୟୀ, ଚନ୍ଦ୍ର ଦେଖିବା ପର ଦିନ ରମଜାନ୍‌ ମାସ ଆରମ୍ଭ ହେବ । ହେଲେ ପ୍ରତିକୂଳ ପାଗ ଯୋଗୁ ବୁଧବାର ଚନ୍ଦ୍ର ଦେଖାଗଲା ନାହିଁ । ତେଣୁ ଗୁରୁବାର ଚନ୍ଦ୍ର ଦେଖିବା ପରେ ଶୁକ୍ରବାରଠୁ ରମ୍‌ଜାନ୍‌ ମାସ ଆରମ୍ଭ ହୋଇଛି । ପ୍ରତିଦିନ ୫ଥର ନମାଜ ପାଠ ହୁଏ ହେଲେ ରମଜାନ୍‌ ମାସ ଯାକ ୫ଥର ନମାଜ ପାଠ ହେବା ସହ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ତରାବି ପାଠ କରାଯାଏ । ଭୋରୁ ଉଠି ନିଜ ନିତ୍ୟ କର୍ମସାରି ସୂର୍ଯ୍ୟୋଦୟ ପୂର୍ବରୁ ‘ସହରୀ’ ଖାଇ ରୋଜା ରଖିଥିଲୁ । ଦିନସାରା ଉପବାସ ରହିବା ପରେ ସନ୍ଧ୍ୟାରେ ଖଜୁରି, ସେଓ, ଅଙ୍ଗୁର୍‌, ମିଠା, ଲଚ୍ଛା ଆଦି ଖାଇବା ସହ ସର୍ବତ ପିଇ ରୋଜା ଖୋଲିଥିଲୁ । ଏହାକୁ ‘ଇଫତାର’ କୁହାଯାଏ ।

ରମଜାନ୍‌ ମାସର ପ୍ରଥମ ଦିନ ଶୁକ୍ରବାର ହୋଇଥିବାରୁ ମସଜିଦ୍‌ରେ ଭିଡ଼ ଦେଖିବାକୁ ମିଳିଥିଲା । ମୁସଲ୍‌ମାନଙ୍କ କହିବା କଥା, ଆଲ୍ଲା କହିଛନ୍ତି ମାନବ ବର୍ଷକୁ ୧୧ମାସ ରୋଜଗାର କରିଥାଏ । ନିଜ ପାଇଁ ଖଟିଥାଏ । କିନ୍ତୁ ଏହି ଗୋଟିଏ ମାସ ସେ ମୋ ପାଇଁ ତ୍ୟାଗ କରିଥାଏ । ଏହା ଫଳରେ ଆଲ୍ଲାଙ୍କ ସାନ୍ନିଧ୍ୟପ୍ରାପ୍ତି ହୋଇଥାଏ । ତେଣୁ ରମଜାନ୍‌ ମାସର ପ୍ରଥମ ଦିନରେ ସମସ୍ତ ମୁସଲମାନ ସମ୍ପ୍ରଦାୟ ନିଷ୍ଠାର ସହ ରୋଜା ରଖଛନ୍ତି । ଇଶ୍ୱରମନସ୍କ ହୋଇ ମସଜିଦ୍‌ରେ ଏକାଠି ହୋଇଛନ୍ତି । ଏହି ପର୍ବ ଏକମାସ ଧରି ପାଳିବେ । ଶେଷ ଦିନ ଇଦ୍‌ ପାଳନ କରିବେ ।

ୟୁନିଟ୍‌-୩ ମସଜିଦ୍‌ରେ ନମାଜ ପାଠ ସହ ତରାବୀ ନମାଜ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା । ରୋଜା ଖୋଲିବା ପାଇଁ ସନ୍ଧ୍ୟାରେ ଏକ ଇଫତାର୍‌ ବ୍ୟବସ୍ଥା କରାଯାଇଥିଲା । ପର୍ବକୁ ଧୁମ୍‌ଧାମ୍‌ରେ ପାଳିବା ପାଇଁ ମସଜିଦ୍‌ ରଙ୍ଗୀନ୍‌ ଆଲୋକମାଳାରେ ସଜେଇ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ୟୁନିଟ୍‌-୪ ସମେତ ରାଜଧାନୀର ଅନ୍ୟ ମସ୍‌ଜିଦ୍‌ରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ମସଜିଦ୍‌ ନିକଟରେ ଖଜୁରି, ଡ୍ରାଏଫୁଟ୍‌, ଲଚ୍ଛା, ସର୍ବତ ଭଳି ଖାଦ୍ୟ ପାନୀୟ ସହିତ ଟୋପି, ରୁମାଲ୍‌, ଆସନ ଆଦି ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର