ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦୀଘା ଦିଅଁଙ୍କୁ ନେଇ ବଢିଲା ବିବାଦ : ପୂର୍ବ ବୟାନକୁ ଖଣ୍ଡନ କଲେ ବରିଷ୍ଠ ଦଇତାପତି, କହିଲେ ଶ୍ରୀକ୍ଷେତ୍ର ଛଡ଼ା ଆଉ କେଉଁଠି ହୋଇପାରିବନି ବ୍ରହ୍ମ ପ୍ରତିଷ୍ଠା

Published By : Rasmita Pradhan | May 2, 2025 2:39 PM

ଭୁବନେଶ୍ଵର, ୦୨/୦୫ : ଦୀଘା ଦିଅଁକୁ ନେଇ ବଢିଲା ବିବାଦ। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ପ୍ରେସମିଟ୍। କହିଲେ ବିଶ୍ବର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ବର ଠାକୁର। ଗତ ୩୦ ତାରିଖରେ ପଶ୍ଚିମବଙ୍ଗ ଦୀଘା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି। କିନ୍ତୁ ସେଠାରେ ପଥର ମୂର୍ତ୍ତି ସ୍ଥାପିତ କରାଯାଇଥିବା ବେଳେ ଏହାକୁ ମୁଁ ବିରୋଧ କରିଥିଲି। ଏଣୁ ପୁରୀରୁ ନିମ୍ବ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ସୁଦର୍ଶନଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏହି ମୂର୍ତ୍ତିକୁ ଆମେ ଦୀଘା ଜଗନ୍ନାଥ ମନ୍ଦିରରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ। 

ସେହିପରି ଜଗନ୍ନାଥ ଧାମ ହେଉଛି ଗୋଟିଏ ଧାମ ଯାହାକି ଶ୍ରୀକ୍ଷେତ୍ର ଧାମକୁ ହିଁ ବୁଝାଏ। ପ୍ରତିଟି ଜଗନ୍ନାଥ ପ୍ରେମୀ ଜଗନ୍ନାଥ ଧାମ କହିଲେ ଶ୍ରୀକ୍ଷେତ୍ରକୁ ହିଁ ଜାଣନ୍ତି। ଏଣୁ ଦୀଘା ଠାରେ ଜଗନ୍ନାଥ ଧାମ ଲେଖାଯିବା ଉଚିତ୍ ନୁହେଁ। ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଏନେଇ ମୁଁ ଅବଗତ କରାଇବି ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ରାମକୃଷ୍ଣ। ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ଜଗନ୍ନାଥ ଧାମ ନାମ ଲେଖାକୁ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନିଅନ୍ତୁ।

ତେବେ ବ୍ରହ୍ମ ସ୍ଥାପନ କଥା ମୁଁ ଆଦୌ କହିନାହିଁ ବୋଲି ରାମକୃଷ୍ଣ ଦାସମହାପାତ୍ର ସ୍ପଷ୍ଟ କରିଛନ୍ତି। କୌଣସି ଗଣମାଧ୍ୟମରେ ଏନେଇ ମୁଁ ପ୍ରତିକ୍ରିୟା ରଖି ନାହିଁ। ସମ୍ପୂର୍ଣ୍ଣ ଭୁଲ୍ ଖବର ପ୍ରସାରଣ କରାଯାଇଛି। କାରଣ ବ୍ରହ୍ମ ହେଉଛି ଏକ ଆଉ ସବୁ ନାସ୍ତି। ଏଣୁ ବ୍ରହ୍ମ ବିଷୟରେ ଆଲୋଚନା କରିବା ହେଉଛି ମହାପାପ। ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଯଦି ମହାପ୍ରଭୁଙ୍କୁ ନେଇ କିଏ ରାଜନୀତି କରିବ ତେବେ ତା'କୁ ମହାପ୍ରଭୁ କେବେ ହେଲେ କ୍ଷମା ଦେବେ ନାହିଁ। ଦୀଘା ଜଗନ୍ନାଥ ମନ୍ଦିରରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବ୍ରାହ୍ମଣ ପୂଜାର୍ଚ୍ଚନା କରୁଛନ୍ତି। ଅଦିନିଆ ରଥଯାତ୍ରାକୁ କେବେ ବି ପ୍ରସୟ ଦିଆଯିବ ନାହିଁ ବୋଲି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି।  

ଏହି ଖବରଟିକୁ ପଢନ୍ତୁ-କେମିକାଲ୍ ବୋଝେଇ ଟ୍ୟାଙ୍କର ସହ ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.