PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

EDକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ରାଣା ଆୟୁବ, କୋଭିଡ ରିଲିଫ୍‌ ଫଣ୍ଡ ହେରଫେର ମାମଲାରେ ଚାଲିଛି ତଦନ୍ତ

ନୂଆଦିଲ୍ଲୀ ୧୭/ ୦୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସାମ୍ବାଦିକା ରାଣା ଆୟୁବ । ଇଡି ପକ୍ଷରୁ ଦାଖଲ କରାଯାଇଥିବା ଫଣ୍ଡର ସତ୍ୟାସତ୍ୟକୁ ଚ୍ୟାଲେଞ୍ଜ କରି କୋର୍ଟରେ ସେ ଯାଚିକା ଦାଖଲ କରିଛନ୍ତି । ବୁଧବାର ଏହାର ଶୁଣାଣି କରିଛନ୍ତି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଜଣିକିଆ ବେଞ୍ଚ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମାସରେ ରାଣା ଆୟୁବଙ୍କ ପ୍ରାୟ ୧.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିଯୋଗ ଥିଲେ ଯେ, କୋଭିଡ ରିଲିଫ୍ ପାଇଁ ଚାରିଟେବୁଲ ଟ୍ରଷ୍ଟମାନଙ୍କ ଦ୍ବାରା ଆଦାୟ ହୋଇଥିବା ଅର୍ଥରେ ବ୍ୟାପକ ଅନୀୟମିତତା କରିଥିଲେ ରାଣା ଆୟୁବ । ଇଡି କହିବା ମୁତାବକ, ଦାନ ନାଁ ରେ ମିଥ୍ୟା ସଂସ୍ଥା ଖୋଲି ପୁରା ଯୋଜନାବଦ୍ଧ ଭାବେ ଫଣ୍ଡ ଆଦାୟ ଚାଲିଥିଲା । ଆଉ ଯେଉଁ ଉଦ୍ଦେଶ୍ୟରେ ସଂସ୍ଥା ଖୋଲାଯାଇଥିଲା ସେଥିରେ ଆଦୌ ଖର୍ଚ୍ଚ କରାଯାଉନଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି, ‘କୋଭିଡ ରିଲିଫ୍‌ ଫଣ୍ଡ ନାଁରେ ସଂସ୍ଥା ଖୋଲି ବ୍ୟାପକ ଅନୀୟମିତତା ହେଉଥିବା ଅଭିଯୋଗ ଆସିଥିଲା । ଏ ନେଇ ଗତ ୨୦୨୧ ଅଗଷ୍ଟ ୨୮ରେ ଉତ୍ତର ପ୍ରଦେଶ ଗାଜିଆବାଦର ବିକାଶ ସଙ୍କୀର୍ତ୍ତାୟନ ପକ୍ଷରୁ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । ତେବେ ତଦନ୍ତ ବେଳେ ଜଣାପଡିଥିଲା ଯେ, ୩ଟି କ୍ୟାମ୍ପେନ୍‌ ମାଧ୍ୟମରେ କେଟୋ ପ୍ଲାଟଫର୍ମ (ଏକ ଅନଲାଇନ୍‌ କ୍ରାଉଡ୍‌ ଫଣ୍ଡିଂ ଆପ୍) ଦ୍ବାରା ରାଣା ଆୟୁବ ବିପୁଳ ପରିମାଣର ଅର୍ଥ ଆଦାୟ କରିଛନ୍ତି । ଯେଉଁଥିରେ କୃଷକଙ୍କୁ ସହାୟତା, ଆସାମରେ ରିଲିଫ ଯୋଗାଣ, କୋଭିଡରେ ଭାରାକ୍ରାନ୍ତ ହୋଇଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ କହି ବ୍ୟାପକ ଅର୍ଥ ଆଦାୟ କରିଥିଲେ । କିନ୍ତୁ ପରେ ଜଣାପଡିଥିଲା ଚାରିଟେବୁଲ ନାଁ ରେ ରାଣା ଆୟୁବ ଟଙ୍କା ଲୁଟିଛନ୍ତି । ଆୟୁବଙ୍କ ନାଁ ରେ ମାମଲା ରୁଜୁ କରିବା ସହିତ ଚାର୍ଜସିଟ୍‌ ଦାଖଲ କରିଥିଲା ଇଡି ।

ଗତ ଏପ୍ରିଲରେ ଦିଲ୍ଲୀ ହାଇକୋର୍ଟ ସାମ୍ବାଦିକା ରାଣା ଆୟୁବଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଥିଲେ । କହିଥିଲେ ଯେ ଆବେଦନକାରୀ ତଦନ୍ତକାରୀ ସଂସ୍ଥା ସମ୍ମୁଖରେ ହାଜର ହେବାର ଆବଶ୍ୟକତା ନାହିଁ । ଲୁକଆଉଟ୍‌ ନୋଟିସ୍ ପ୍ରଦାନ ପାଇଁ ମଧ୍ୟ କୌଣସି ମାମଲା ରୁଜୁ ହୋଇନାହିଁ ।

ସମ୍ବନ୍ଧିତ ଖବର