ମୁମ୍ବାଇ,୧୦/୩ : ଫିଲ୍ମ ‘ଲଭ୍ ଏଣ୍ଡ ଓ୍ବାର’ ସଞ୍ଜୟ ଲୀଳା ଭଂସାଳୀଙ୍କ ଅପକମିଂ ଫିଲ୍ମ ମଧ୍ୟରୁ ଏକ ବଡ଼ ଫିଲ୍ମ । ଏହି ଫିଲ୍ମରେ ରଣବୀର କପୁର, ଆଲିୟା ଭଟ୍ଟ ଏବଂ ବିକ୍କି କୌଶଲ ଏକାସାଥିରେ ନଜର ଆସିବାରେ ଅଛନ୍ତି । ଫ୍ୟାନ୍ସ ଫିଲ୍ମକୁ ନେଇ ବହୁ ଉତ୍ସାହିତ ଅଛନ୍ତି ଏବଂ ଉତ୍ସୁକତାର ସହ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି । ସେହିଭଳି ଏବେ ଫିଲ୍ମକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ।
‘ଲଭ୍ ଏଣ୍ଡ ଓ୍ବାର’କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଫିଲ୍ମର କିଛି ଗୁରୁତ୍ବପୂର୍ଣ୍ଣ ସିନ୍ ପୁଣି ଥରେ ସୁଟ୍ କରାଯାଉଛି । ସଞ୍ଜୟ ଲୀଳା ଭଂସାଳୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମକୁ ପ୍ରଥମେ ଏହି ବର୍ଷ ଅଗଷ୍ଟରେ ରିଳିଜ୍ କରିବାର ଯୋଜନା ଥିଲା। କିନ୍ତୁ ଏବେ କିଛି ସିନର ରିସୁଟ୍ ହେବା କାରଣରୁ ଏହାର ରିଲିଜ୍ ଡେଟ୍ ଆଗକୁ ବଢିପାରେ ।
କୁହାଯାଉଛି କି ଭଂସାଳୀ ନିଜ ଫିଲ୍ମରେ ପରଫେକ୍ଶନ ଚାହିଁଥାନ୍ତି । ଏଥିଲାଗି କିଛି ଗୁରୁତ୍ବପୂର୍ଣ୍ଣ ସିନ୍ ପୁଣି ଥରେ ସୁଟ୍ କରାଯାଉଛି । ରିପୋର୍ଟ ମୁତାବକ ଏହି ସିନର ରିସ୍ୟୁଟ୍ କାରଣରୁ ଫିଲ୍ମର ବଜେଟ ବି ବଢି ଯାଇଛି । ସେହିଭଳି ଲଗାତର ହେଉଥିବା ଏହି ରିଓ୍ବାର୍କ କାରଣରୁ ଫିଲ୍ମର ରିଲିଜ ଡେଟ୍ ନିଶ୍ଚୟ ହୋଇପାରୁନାହିଁ ।
‘ଲଭ୍ ଏଣ୍ଡ ଓ୍ବାର’ ଏବେ ସଞ୍ଜୟ ଲୀଳା ଭଂସାଳୀଙ୍କ ସବୁଠାରୁ ମହଙ୍ଗା ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ହୋଇସାରିଛି । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଫିଲ୍ମ ରିଲିଜରେ ବିଳମ୍ବର ଏକ ଗୁରୁତ୍ବପୂର୍ଣ୍ଣ କାରଣ ଏହାର ଭବ୍ୟ ଆୟୋଜନ ବୋଲି କୁହାଯାଉଛି । ଆହୁରି ମଧ୍ୟ କୁହାଯାଉଛି କି ଫିଲ୍ମରେ ବଡ଼ ଏରିୟଲ ଆକ୍ସନ ସିକ୍ବେନ୍ସ ଦେଖାଯିବ । ଯାହା ଉପରେ ଭିଏଫଏକ୍ସ କାମର ଜାରି ରହିଛି । ଏହି ସିନକୁ ପ୍ରସ୍ତୁତ କରିବାକୁ ସମୟ ଲାଗିପାରେ । ଏଥିଲାଗି ଫିଲ୍ମର ରିଲିଜ ଆଗକୁ ବଢିପାରେ ବୋଲି କୁହାଯାଉଛି ।