PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମୁଁ ମୋ ବାପାଙ୍କୁ ଭଲ ପାଏ ! ହେଲେ ତାଙ୍କ ଭଳି ବାପା ହେବି ନାହିଁ : ଏଭଳି କାହିଁକି କହିଲେ ରଣବୀର କପୁର ?

ନୂଆଦିଲ୍ଲୀ, ୨୮/୦୯ : ମୁଁ ଯେତେବେଳେ ବିବାହ କରିବି ଏବଂ ଜଣେ ପିତା ହେବି ସେତେବେଳେ ମୁଁ ମୋ ପିତାଙ୍କ ଭଳି ହେବି ନାହିଁ। ମୁଁ ମୋ ମାଆଙ୍କ ସହ ଖୁବ୍ ନିକଟତର। ଦାମ୍ପତ୍ୟ ଜୀବନ ଆରମ୍ଭରେ ପାପା ଏବଂ ମମି ଖୁବ୍ ସଙ୍ଘର୍ଷ କରିଛନ୍ତି। ଘଣ୍ଟା ଘଣ୍ଟା ସୁଟିଂ କରିବା ପରେ ପାପା ଘରକୁ ଫେରିବା ପରେ ପିଲାମାନଙ୍କୁ ସମୟ ଦେଇ ପାରନ୍ତି ନାହିଁ। ହେଲେବି ସେ ଆମର ଇଚ୍ଛା ପୂରଣ କରିବାକୁ ଯାଇ କଠୋର ପରିଶ୍ରମ କରନ୍ତି। ହେଲେ ତାଙ୍କର ଏହି ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଆମକୁ ସମୟ ଦେଇପାରୁ ନଥିଲେ। ଯେତେବେଳେ ମୁଁ ବଡ଼ ହେଲି ଫିଲ୍ମରେ କାମ କରିବା ଆରମ୍ଭ କରଲି ପାପା ମୋ ପଛରେ ଠିଆ ହୋଇଛନ୍ତି। ହେଲେ ସେ କେବେ ମୁଁହ ଖୋଲି ପ୍ରକାଶ କରିନାହାଁନ୍ତି।

ବାପାଙ୍କ ଉଦ୍ଦେଶ୍ୟରେ କୁହାଯାଇଥିବା ଏହି ଶବ୍ଦ ଗୁଡ଼ିକ ଆମେ କହୁନାହୁଁ ବଲିଉଡ ଅଭିନେତା ରଣବୀର କପୁର ଏକ ସାକ୍ଷାତକାରରେ ପିତା ଋଷି କପୁରଙ୍କ ଉଦ୍ଦେଶ୍ୟରେ ଏଭଳି କହିଥିଲେ। ତେବେ ରଣବୀରଙ୍କ ଜନ୍ମଦିନରେ ଏଭଳି କହିବାର ଉଦ୍ଦେଶ୍ୟ ହେଉଛି ଆଗକୁ ବାପା ହେବାକୁ ଯାଉଛନ୍ତି ରଣବୀର। ଖୁବ୍ ଶୀଘ୍ର ଏକ ସନ୍ତାନକୁ ଜନ୍ମଦେବେ ଆଲିଆ ଭଟ୍ଟ।

ପ୍ରକାଶ ଥାଉକି, ଆଜି ହେଉଛି ରଣବୀର କପୁରଙ୍କ ଜନ୍ମଦିନ। ସଞ୍ଜୟ ଲୀଲା ଭଂସାଲୀଙ୍କ ପିଲ୍ମ ସାବରିଆରେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ରଣବୀର। ହେଲେ ସାବରିଆ ପୂର୍ବରୁ ସେ ପରଦାରେ କାମ କରିଛନ୍ତି। ସିନେମା ଛାତ୍ର ରୂପରେ ରଣବୀର କପୁର ଏକ ସର୍ଟ ଫିଲ୍ମ କର୍ମାରେ କାମ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଥିବା କପୁର ପରିବାରର ସେ ଚତୁର୍ଥ ପୀଢି। ରଣବୀରଙ୍କୁ ଦେଖି ଆପଣଙ୍କୁ କେବେ ଦେବାନନ୍ଦ ମନେ ପଡ଼ିବେ ତ ଆଉ କେବେ ଦିଲ୍ଲୀପ କୁମାର ନଜର ଆସିବେ। ସେହିପରି ଆଉ କେତେବେଳେ ରାଜ କପୁର ନଜର ଆସିବେ।