ମୁମ୍ୱାଇ  : ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଓ କଣ୍ଟେଣ୍ଟ କ୍ରିଏଟର ରଣବୀର ଆହ୍ଲାବାଦିଆ ଫେବ୍ରୁଆରୀ ମାସରେ ହୋଇଥିବା ବିବାଦର ଦୁଇ ମାସ ପରେ, ଆଜି ଅର୍ଥାତ୍‌ ରବିବାର ୟୁଟ୍ୟୁବ୍‌ରେ ପ୍ରଥମ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଭିଡ଼ିଓରେ ରଣବୀର ଏହି ଲୋକଙ୍କୁ ଥାଙ୍କୟୁ୍‌ କହିଛନ୍ତି , ଯିଏକି ବିବାଦର ସମୟରେ ତାଙ୍କୁ ସପୋର୍ଟ ଦେଇଛନ୍ତି। ସେ ସେହି ଲୋକଙ୍କୁ କ୍ଷମା ମାଗିଛନ୍ତି , ଯାହାଙ୍କୁ ତାଙ୍କ କଥା ଖରାପ ଲାଗିଛି। ସେ ଏହି ଭିଡ଼ିଓକୁ ନୂଆ ଆରମ୍ଭ କହିଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି କି, ସେ ଯେଉଁ କଣ୍ଟେଣ୍ଟ କରିବେ ତାକୁ ଖୁବ୍‌ ଧ୍ୟାନର ସହ କରିବେ। 

ଭିଡ଼ିଓର ଆରମ୍ଭ ଏକ ମଣ୍ଟାଜ୍‌ରୁ ହେଉଛି। ଏହି ମଣ୍ଟାଜ୍‌ରେ ଲେଖିଛନ୍ତି – କହିବାକୁ ଆହୁରି ବହୁତ କିଛି ଅଛି , କିନ୍ତୁ ଏବେ ନୁହେଁ । ଏହା ପରେ ରଣବୀର ହାତ ଯୋଡ଼ି ସେହି ଲୋକଙ୍କୁ ଧନ୍ୟବାଦ ଦେଉଛନ୍ତି ,ଯିଏକି ଏହି ମୁସ୍କିଲ ସମୟରେ ତାଙ୍କ ସହ ଠିଆ ହୋଇଥିଲେ। ସେ କହିଛନ୍ତି ଯେ, ଏହା ତାଙ୍କ ପାଇଁ ଖୁବ୍‌ ମୁସ୍କିଲର ସମୟ ଥିଲା। ସେ କହିଛନ୍ତି , ଏହି ସମୟରେ ଲୋକଙ୍କ ପଜିଟିଭ୍‌ ମେସେଜ୍‌ ତାଙ୍କୁ ବହୁତ ସାହାଯ୍ୟ କରିଛି। 

ରଣବୀର ଆହ୍ଲାବାଦିଆ ନିଜର କ୍ରୁର ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି , ଯିଏ ଏହି ମୁସ୍କିଲ ସମୟରେ ତାଙ୍କ ସହ ଠିଆ ହୋଇଛନ୍ତି। ରଣବୀର କହିଛନ୍ତି ଯେ, ୩୦୦ ଲୋକଙ୍କ ଟିମ୍‌ରୁ କେହି ଜଣେ ବି ଏହି ମୁସ୍କିଲ ସମୟରେ ଇସ୍ତଫା ଦେଇ ନାହାନ୍ତି। ଏହାସହ ରଣବୀର ନିଜର କଣ୍ଟେଣ୍ଟ କ୍ରିଏସନକୁ ନେଇ ମଧ୍ୟ କହିଛନ୍ତି। 

ରଣବୀର କହିଛନ୍ତି, ମୁଁ ଶପଥ କରୁଛି କି, ଆଗାମୀ ୨୦ରୁ ୩୦ ବର୍ଷ ଯାଏ , ଯେବେ ସୁଦ୍ଧା ମୁଁ କଣ୍ଟେଣ୍ଟ କରିବି , ମୁଁ ବହୁତ ଦାୟିତ୍ୱର ସହ କରିବି। ମୁଁ ବୁଝି ଗଲି ଯେ, ମୋ କାନ୍ଧରେ ବଡ଼ ଦାୟିତ୍ୱ ରହିଛି। ଏହି କଥାରେ ଆପଣ ମୋତେ ନିଜ ପରିବାରର ସଦସ୍ୟ ମାନନ୍ତି , ଏହା ସବୁଠୁ ବଡ଼ ଦାୟିତ୍ୱ। 

ସେ ଆହୁରି କହିଛନ୍ତି କି, ମୋର ପଡକାଷ୍ଟିଂ ଖୁବ୍‌ ପ୍ରିୟ, କଣ୍ଟେଣ୍ଟ କରିବା ପସନ୍ଦ। ଆମ ଦେଶର ଇତିହାସ, ସଂସ୍କୃତି ବିଷୟରେ ଜାଣିବା , ଏହା ମୋର ପ୍ୟାଶନ   ଏବଂ ନିଜର ଚାକିରି ମାଧ୍ୟମରେ ତାହା କରୁଛି। ମୋତେ ଦେଶର ସଂସ୍କୃତିରେ ଖୁବ୍‌ ଭଲ ପାଇବା ରହିଛି ଏବଂ ମୁଁ ଏହି ପୂର୍ଣ୍ଣବିରାମ ପରେ ନୂଆ କାହାଣୀ ଲେଖିବାକୁ ଚେଷ୍ଟା କରିବି। ମୋର ଆଶା ଯେ , ଆପଣ ମୋତେ ସପୋର୍ଟ କରିବେ। 

କହି ରଖୁଛୁ ଯେ ,ରଣବୀର ଆହ୍ଲାବାଦିଆ ସମୟ ରୈନାଙ୍କ ଶୋ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ଜଣେ ପ୍ରତିଯୋଗୀଙ୍କୁ ମାତାପିତାଙ୍କ ସହ ଜଡ଼ିତ ଏତ ଅଶ୍ଳୀଳ ପ୍ରଶ୍ନ ପଚାରି ଥିଲେ। ରଣବୀରଙ୍କର ଏହି ଭିଡ଼ିଓ ଯେମିତି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା, ସମୟ ରୈନା ଓ ରଣବୀରଙ୍କ ବିରୋଧରେ କେସ୍‌ ରୁଜୁ ହୋଇଥିଲା। ଏହି ବିବାଦ ପରେ ସମୟ ରୈନା ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟର ସବୁ ଭିଡ଼ିଓ ଡିଲିଟ୍‌ କରି ଦେଇଥିଲେ ଏବଂ ବିବାଦ ପରେ ରଣବୀର ଲୋକଙ୍କୁ କ୍ଷମା ମଧ୍ୟ ମାଗି ଥିଲେ।