ପ୍ରମୁଖ ଖବର
  • ୧୦୦ ଆସନରେ ବିଜେପି ପ୍ରାର୍ଥୀ ଚୂଡାନ୍ତ ! କଟିପାରେ ୭୦ ସାଂସଦଙ୍କ ଟିକେଟ, ନୂଆ ମୁହଁ ଓ ମହିଳାଙ୍କୁ ମିଳିପାରେ ସୁଯୋଗ
  • ||
  • ନିଳାଦ୍ରୀ ବିହାର ଏଟିଏମ୍‌ ଛକରେ ବୋମାମାଡ, ବିଳମ୍ବିତ ରାତି କାର୍‌କୁ ବୋମା ଫିଙ୍ଗି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ
  • ||
  • ଏ ବର୍ଷ ଗ୍ରୀଷ୍ମ ଲହରୀ ଲମ୍ବିବ: ମାର୍ଚ୍ଚରୁ କଲବଲ କରିବ ଖରା, ଆକାଶରୁ ନିଆଁ ବର୍ଷିବ
  • ||

ପତ୍ନୀଙ୍କୁ ସ୍ୱାମୀର ଏସିଡ଼ ମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନେର ଭର୍ତ୍ତି ହେଲେ ସ୍ତ୍ରୀ

ନୂଆଦିଲ୍ଲୀ, ୨୮/୧୧: ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆମିର ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ହିନାଙ୍କୁ ଏସିଡ ମାଡ଼ କରିଛନ୍ତି । ପୀଡ଼ିତାଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ରବିବାର ସକାଳେ ମୁହଁ ଧୋଉଥିବା ସମୟରେ ତାଙ୍କ ସ୍ୱାମୀ ଆମିର ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ହଠାତ୍ ଏସିଡ୍ ଥିବା ଏକ ଷ୍ଟିଲ୍ ଜଗ୍ ତାଙ୍କ ମୁହଁ ଉପରକୁ ଫୋପାଡ଼ିଥିଲେ । ଏସିଡ ମାଡ଼ ପରେ ହିନା ଚିତ୍କାର କରିବାକୁ ଲାଗିଲେ । ଚିତ୍କାର ଶୁଣି ପାଖ ପଡ଼ୋଶୀ ଧାଇଁ ଆସିଥିଲେ । ହିନାଙ୍କର ଏଭଳି ଅବସ୍ଥା ଦେଖି ପଡ଼ୋଶୀ ତାଙ୍କୁ ସଙ୍ଗେ ସଙ୍ଗେ ରାଞ୍ଚିରେ ଥିବା ରିମ୍ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଆମିର ରାଞ୍ଚିର ନାମକମୁରେ ବାସ କରନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଆମିରଙ୍କୁ ଯଥାଶୀଘ୍ର ଖୋଜିବାରେ ସନ୍ଧାନ ଜାରି ରଖିଛି ପୋଲିସ । ଧରାପଡ଼ିବା ପରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.