PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଖଲ୍ଲିକୋଟ ଜୁନିଅର କଲେଜରେ ରାଗିଂ

ବ୍ରହ୍ମପୁର, ୧୯।୧୧ ବିନାୟକ ଆଚାର୍ଯ୍ୟ କଲେଜ ପରେ ଏବେ ଖଲ୍ଲିକୋଟ ଜୁନିଅର କଲେଜରେ ରାଗିଂ। ଅଭିଯୋଗ କରିଛନ୍ତି ଯୁକ୍ତଦୁଇ ବିଭାଗ ପ୍ରଥମ ବର୍ଷ ଛାତ୍ରୀ। କଲେଜ ଅଧ୍ୟକ୍ଷଙ୍କୁ ଜଣାଇଥିଲେ ବି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଛାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଟଣାଓଟରା କରାଯାଇଥିବା ସେ ଅଭିଯୋଗରେ କହିଛନ୍ତି। ବର୍ତ୍ତମାନ ସେ ସୁରକ୍ଷିତ ନାହାନ୍ତି, ଭୟରେ ଘର ଲୋକଙ୍କୁ ମଧ୍ୟ କହିପାରୁନାହାନ୍ତି। ଛାତ୍ରୀ ଜଣକ ଏଭଳି ଅଭିଯୋଗ କରିବା ପରେ ଏବେ କଲେଜ କର୍ତ୍ତୃପକ୍ଷ ତଦନ୍ତ ଜୋରଦାର କରିଛନ୍ତି। କଲେଜ ଅଧକ୍ଷ ଡ଼ ଆର ଏନ ନାୟକ କହିଛନ୍ତି, ଆଣ୍ଟି ରାଗିଂ କମିଟିର ରିପୋର୍ଟକୁ ଆଧାର କରି କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବ। ଅନ୍ୟପକ୍ଷରେ କଲେଜରେ ପୂର୍ବରୁ ବି ଛାତ୍ରୀଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଥିଲା।