ନୂଆଦିଲ୍ଲୀ, ୯/୨ : ମଦ ନିଶାରେ ସବୁ ଭୁଲିଗଲେ । ନିଜର ହାତାହିତ ଜ୍ଞାନ ହରାଇ ବସିଲେ । ମନ୍ଦିର କାନ୍ଥରେ କଲେ ପରିଶ୍ରା । ବଜରଙ୍ଗ ଦଳ ପକ୍ଷରୁ ଉଚିତ୍ ଶିକ୍ଷା ଦେବା ପରେ ଥାନାରେ ହେଲା ଅଭିଯୋଗ । ଆଉ ଏବେ ଭୁଲ୍ ମାଗିବା ପରେ ଗିରଫ ହୋଇଛନ୍ତି ୩ ଯୁବକ । ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଥିବା ଏଭଳି ଏକ ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି ।
ଇନ୍ଦୋରର ମୋତି ତବଲେ ଅଞ୍ଚଳରେ ଥିବା ଏକ ପ୍ରାଚୀନ ହନୁମାନ ମନ୍ଦିର କାନ୍ଥରେ ଜଣେ ମଦ୍ୟପ ପରିଶ୍ରା କରିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସେମାନେ ବଜରଙ୍ଗ ଦଳକୁ ଖବର ଦେଇଥିଲେ । ସିସିଟିଭି ଆଧାରରେ ସେମାନେ ତିନି ଜଣଙ୍କୁ ଧରିଛନ୍ତି । ସେମାନଙ୍କୁ ପ୍ରଥମେ ଭୁଲ୍ ମଗାଇଥିଲେ ଏବଂ ପୁଲିସକୁ ହସ୍ତାନ୍ତର କରିଥିଲେ । ସିସିଟିଭିରୁ ଜଣା ପଡ଼ିଛି କି, ସେମାନେ ପ୍ରଚୁର ମଦ ପିଇଥିବାରୁ କିଛି ଜାଣି ପାରିନାହାନ୍ତି । ସେପଟେ ଡିସିପି କହିଛନ୍ତି କି, ଏହି ଘଟଣାରେ ଆମେ ତିନି ଜଣଙ୍କୁ ଗିରଫ କରିଛୁ । ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଧାର୍ମିକ ଭାବନା ଉପରେ ଏହା ହୋଇଛି । ସ୍ଥାନୀୟ ଲୋକେ ଏହାକୁ ନେଇ ରାଗି ଯାଇଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଏହି ଘଟଣାକୁ ନେଇ ଯେଭଳି ଉତ୍ତେଜନା ସୃଷ୍ଟି ନହୁଏ ଏହାକୁ ଦୃଷ୍ଟିରେ ରଖି ଏଭଳି କିଛି ନିଷ୍ପତ୍ତି ନିଆଯାଇଛି ।
ଏହାସହ ପଢ଼ନ୍ତୁ : ଲୋକଙ୍କ ଅଭିଯୋଗ ଶୁଣିଲେ, ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ