ମୁମ୍ବାଇ,୨୨/୪ : ବଲିଉଡ଼ ଅଭିନେତା ରଣବୀର ସିଂହ ଷ୍ଟାଇଲ୍ ଓ ଲୁକକୁ ନେଇ ବେଶ୍ ଜଣାଶୁଣା । ସବୁବେଳେ ନିଜକୁ ଏକ୍ସପେରିମେଣ୍ଟ କରିଥାନ୍ତି । ନୂଆ ଚରିତ୍ର ନୂଆ ଲୁକକୁ ନେଇ ଫ୍ୟାନ୍ସ ବି ବହୁ ପସନ୍ଦ କରିଥାନ୍ତି । ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି । ବର୍ତ୍ତମାନ ତାଙ୍କ ଫିଲ୍ମ "ଧୁରନ୍ଧର ୨" ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଫିଲ୍ମ ବକ୍ସ ଅଫିସରେ ଧମାଲ୍ କରୁଛି । ଏହି ସମୟରେ, ରଣବୀର "ଡନ୍ ୩" ପାଇଁ ବି ବହୁ ଚର୍ଚ୍ଚାରେ ରହିଛନ୍ତି । ଅଭିନେତା "ଡନ୍ ୩" ଛାଡ଼ି ଦେଇଥିଲେ । ଏହାପରେ ରଣବୀର ଏବଂ ମେକର୍ସଙ୍କ ମଧ୍ୟରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ଏବେ ସୂଚନା ଅନୁସାରେ ରଣବୀର ସିଂହ ଏହି ବିବାଦର ସମାଧାନ ପାଇଁ ତାଙ୍କ ସାଇନିଂ ଆମାଉଣ୍ଟ ଫେରାଇ ଦେବେ।
ଏକ ରିପୋର୍ଟ ଅନୁସାରେ, ରଣବୀର ସିଂହ ଏକ୍ସେଲ୍ ଏଣ୍ଟରଟେନମେଣ୍ଟକୁ ନିଜ ସାଇନିଂ ଆମାଉଣ୍ଟ ଫେରାଇବା ଲାଗି ମାନି ନେଇଛନ୍ତି । ଏହି ସାଇନିଂ ଆମାଉଣ୍ଟ ୧୦କୋଟି ପାଖାପାଖି ହେବ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ରଣବୀର ସିଂହ ପ୍ରତିଶ୍ରୁତି ଦେଇଛନ୍ତି କି ସେ ନିଜ ଫିଲ୍ମରେ ପ୍ରଡକ୍ସନ ହାଉସକୁ ଅଂଶଧନ ଦେବେ । ଏବେ ଏହି ଫିଲ୍ମକୁ ପ୍ରାୟତ ‘ପ୍ରଳୟ’ ନାମ ଦିଆଯାଇଛି । ମାତ୍ର ଏବେ ଯାଏଁ ଏଥିରେ ଅଂଶଧନର ପ୍ରତିଶତ କୁହାଯାଇନାହିଁ । ପ୍ରକାଶ ଯେ, ରଣବୀର ସିଂହ, ଫରହାନ ଅଖତର କିମ୍ବା ଷ୍ଟୁଡିଓ ତରଫରୁ ଏହାକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ପ୍ରକାରର ଅଫିସିଆଲ୍ ରିଆକ୍ଟ କରାଯାଇନାହିଁ ।
ରଣବୀର ସିଂହ ଡନ୍ ୩ ଛାଡ଼ିବା ପରେ ଫରହାନ ଅଖତର ଏବଂ ରିତେଶଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁଯାୟୀ ମେକର୍ସ ରଣବୀର ସିଂହଙ୍କଠାରୁ ୪୦କୋଟି କ୍ଷତିପୂରଣ ଦାବି କରୁଥିଲେ । ମାତ୍ର ଯାହା ସୂଚନା ରହିଛି ରଣବୀର ସ୍କ୍ରିପ୍ଟରେ ଖୁସି ନଥିଲେ । ଏଥିଲାଗି ସେ ଏହି ପିଲ୍ମ ଛାଡ଼ି ଦେଇଛନ୍ତି । ଡନ୍ ୩ ସମ୍ପର୍କରେ ଏବେ କୌଣସି ପ୍ରକାରର ନୂଆ ଅପଡେଟ୍ ସାମ୍ନାକୁ ଆସିନାହିଁ । ଏଭଳି ବି ଖବର ଅଛି କି ଡନ୍ ୩ରେ ଫରହାନ୍ ଅଖତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।