ବ୍ୟୁରୋ ୨୩/୦୭ :  ‘ଲୋକା: ଭାଗ-୧ ଚନ୍ଦ୍ରା’ର ବ୍ଲକବଷ୍ଟର ସଫଳତା ପରେ ବଲିଉଡ୍ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି କଲ୍ୟାଣୀ ପ୍ରିୟଦର୍ଶନ । ଫିଲ୍ମ ‘ପ୍ରଳୟ’ ଜରିଆରେ ସେ ବଲିଉଡରେ ଏଣ୍ଟ୍ରି କରିବେ । ରଣବୀର ସିଂହଙ୍କ ଅପୋଜିଟରେ ଦମଦାର ଆକ୍ସନ୍-ପ୍ୟାକଡ ଅବତାରରେ ତାଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ । ଚିରାଚରିତ ମୁଖ୍ୟ ନାୟିକା ଚରିତ୍ରଠୁ ଭିନ୍ନ ଅନ୍ଦାଜରେ ପରଦାକୁ ଓହ୍ଲାଇବେ କଲ୍ୟାଣୀ । ଜୋମ୍ବି-ଥ୍ରିଲରଧର୍ମୀ ଏହି ଫିଲ୍ମରେ ତାଙ୍କର ଦମଦାର ଷ୍ଟଣ୍ଟ ରହିବ । ରଣବୀରଙ୍କ ସମେତ ତାଙ୍କର ବ୍ୟାପକ ଲଢ଼େଇ ସିନ୍, ବିପଦପୂର୍ଣ୍ଣ ଷ୍ଟଷ୍ଟ ରହିବ ।

ଆହୁରି ପଢନ୍ତୁ ;- ନର୍ଥ ଆମେରିକାରେ ‘ଧମାଲ ୪’ର ଧମାକା, ଅଜୟଙ୍କ ନାଁରେ ହେଲା ଏହି ରେକର୍ଡ଼

‘ଲୋକା’ର ପ୍ରଥମ ଭାଗରେ କଲ୍ୟାଣୀ ଯକ୍ଷ ଭୂମିକାରେ ଦର୍ଶକଙ୍କ ପ୍ରଶଂସାର ପାତ୍ର ହେବା ପରେ ଆକ୍ସନ୍ ଫିଲ୍ମ ପ୍ରସ୍ତୁତ କରୁଥିବା ନିର୍ମାତାଙ୍କର ତାଙ୍କ ପ୍ରତି ଭରସା ବଢ଼ିଲା । ‘ପ୍ରଳୟ’ରେ ଆକ୍ସନ୍ ସିକ୍ୱେନ୍ସ ଲାଗି ରଣବୀରଙ୍କ ଭଳି ସେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଷ୍ଟଣ୍ଟ ପ୍ରଶିକ୍ଷକଙ୍କଠୁ ତାଲିମ ନେବେ । ଏହାକୁ ଭାରତର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ରୂପେ ପରଦାକୁ ଆଣିବା ନିର୍ମାତାଙ୍କର ଯୋଜନା । ଦର୍ଶକଙ୍କୁ ହଲିଉଡ୍ ଫିଲ୍ମର ଅନୁଭବ ପ୍ରଦାନ କରିବା ସେମାନଙ୍କର ଲକ୍ଷ୍ୟ । ଆସନ୍ତା ମାସ ସୁଟିଂ ଫ୍ଲୋର୍କୁ ଓହ୍ଲାଇବ ‘ପ୍ରଳୟ’ । କଲ୍ୟାଣୀ ଆସନ୍ତା ସେପ୍ଟେମ୍ବରରେ ‘ଲୋକା: ଭାଗ-୨’ର ସୁଟିଂ ଆରମ୍ଭ କରିବେ ବୋଲି ନିକଟରେ ସ୍ପଷ୍ଟ କରିଛନ୍ତି । ୫ ଭାଗଯୁକ୍ତ ଏହି ପ୍ରୋଜେକ୍ଟ ଆଞ୍ଚଳିକ ଲୋକକଥାର ନାଟ୍ୟ ରୂପାନ୍ତର ।