କମଲ ହାସନଙ୍କ ‘ବିକ୍ରମ’କୁ ସମର୍ଥନ କରି ଟ୍ରୋଲ ହେଲେ ରଣବୀର ସିଂହ

ମୁମ୍ୱାଇ : ବଲିଉଡ ଭର୍ସେସ ସାଉଥ ଫିଲ୍ମ । ଏହି ସମୟରେ ଏହି ଦୁଇ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏକ ପ୍ରକାର ଆରୋପ ପ୍ରତ୍ୟାରୋପ ଚାଲିଛି। ବକ୍ସ ଅଫିସ୍ରେ ସାଉଥ୍ ଫିଲ୍ମର ଯେଉଁଭଳି ଖୁବ୍ ପ୍ରଦର୍ଶନ ଚାଲିଛି, ଏହାପରେ ଏହି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହିସବୁ ଦିନ ଗୁଡ଼ିକରେ ପୁଷ୍ପା, ଆରଆରଆର ଓ କେଜିଏଫ୍ ୨ ଖୁବ୍ କଲେକ୍ସନ କରିଛି। ଏବେ କମଲ ହାସଲଙ୍କର ଫିଲ୍ମ ‘ବିକ୍ରମ’ ରିଲିଜ ହେବାକୁ ଯାଉଛି। ଫିଲ୍ମରେ କମଲ ହାସନଙ୍କ ସହ ବିଜୟ ସେତୁପତି ଓ ଫହାଦ ଫାସିଲ ଲିଡ୍ ରୋଲରେ ଅଛନ୍ତି। ‘ବିକ୍ରମ’ ଚଳିତ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ । ଏହାର ନିର୍ଦ୍ଦେଶକ ଲୋକେଶ କନଗରାଜ ଅଛନ୍ତି ।
ଫିଲ୍ମଟି ମୁଖ୍ୟତଃ ତାମିଲରେ ତିଆରି ହୋଇଛି। ଏହା ହିନ୍ଦିରେ ମଧ୍ୟ ରିଲିଜ କରାଯିବ। ରଣବୀର ସିଂହ ଫିଲ୍ମକୁ ସମର୍ଥନ କରିଛନ୍ତି ଏବଂ ଏହାର ହିନ୍ଦି ଟ୍ରେଲରୁ ନିଜର ସୋସିଆଲ ମିଡ଼ିଆ ପେଜ୍ରେ ସେୟାର କରିଛନ୍ତି । ରଣବୀରଙ୍କର ଏହି ପୋଷ୍ଟରେ ତାଙ୍କୁ ୟୁଜର ଟ୍ରୋଲ କରୁଛନ୍ତି । ୟୁଜରମାନେ କହିଛନ୍ତି ତାଙ୍କୁ ବଲିଉଡ ଫିଲ୍ମକୁ ପ୍ରମୋଟ କରିବା ଉଚିତ।
ରଣବୀର ସିଂହ ଟ୍ୱିଟ୍ରେ ଲେଖିଛନ୍ତି , ମୋର ଟ୍ୟାଲେଣ୍ଟେଡ୍ ବନ୍ଧୁ ଲୋକେଶ ଓ ଭାରତୀୟ ଫିଲ୍ମର ପ୍ରସିଦ୍ଧ କମଲ ହାସନଙ୍କୁ ଚିୟର୍ସ । ଏହି ଟ୍ରେଲର ନିଆଁ ପରି । ରଣବୀରଙ୍କ ପୋଷ୍ଟରେ କମଲ ହାସନଙ୍କ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଛନ୍ତି , ହେଲେ କିଛି ନେଟିଜନ୍ସ ଏହାକୁ ପସନ୍ଦ କରିନାହାନ୍ତି ।