ଦୁଷ୍କର୍ମକାରୀକୁ ୧୦ବର୍ଷ କାରାଦଣ୍ଡ, ୨୦ ହଜାର ଟଙ୍କା ଜରିମାନା…

ନୟାଗଡ, ୨୫/୧ : ଆଜି ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରି ନୟାଗଡ଼ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ବିରଞ୍ଚି କୁମାର ରଥ ନୟାଗଡ ଜିଲ୍ଲା ନୂଆଗାଁ ଥାନା ବୁଢାବାରି ଗ୍ରାମର କାଶିନାଥ ଜାନୀଙ୍କ ପୁଅ ପ୍ରମୋଦ କୁମାର ଜାନୀ( ୩୮) କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୨୦୨୧ ମସିହା ପଣା ଯାତ୍ରା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ପୀଡିତାଙ୍କ ଘରକୁ ଯାଇ ତା ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲା । ପୀଡିତା ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ ମାରି ମୁହଁ ବନ୍ଦ କରିଦେଇ ବାହାରେ ପ୍ରକାଶ କଲେ ତତେ ସମ୍ପୂର୍ଣ୍ଣ ଭାବେ ମାରି ଶବ ଫିଙ୍ଗି ଦେବି ବୋଲି ଧମକ୍ ଦେଇଥିଲା । ଘଟଣା ସମ୍ପର୍କରେ ପୀଡିତା ଜଣଙ୍କ ନୂଆଗାଁ ଥାନାରେ ଅଭିଯୋଗ କଲାପରେ କେଶ୍ ୧୮/୨୧ ରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରିବା ପରେ ଘଟଣାର ଚାର୍ଜ ସିଟ୍ ଦାଖଲ କରିଥିଲା । ସାକ୍ଷୀ ମାନଙ୍କ ବୟାନ, ତଦନ୍ତ ରିପୋର୍ଟ ତଥା ପୀଡିତାଙ୍କ ବୟାନ, ଏବଂ ସ୍ପେସିଆଲ ପବ୍ଲିକ ପ୍ରୋସ୍କ୍ଯୁଟର୍ ଅମୀୟ ପଟ୍ଟନାୟକଙ୍କ ଯୁକ୍ତିକୁ ତର୍ଜମା କରି ମାନ୍ଯବର କୋର୍ଟ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି ଏବଂ ପୀଡିତାଙ୍କୁ ୬ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ କୋର୍ଟଙ୍କର ନିର୍ଦ୍ଦେଶ ରହିଛି ।