PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ତିନି ଦିନ ପର୍ଯ୍ୟନ୍ତ ଲୁଟିଲେ ଯୁବତୀଙ୍କ ଇଜ୍ଜତ, ସାହାଯ୍ୟ ପାଇଁ କେହି ଆସିଲେନି

ଉତ୍ତରପ୍ରଦେଶ,୬/୨: ହରଦୋଇ ଥାନା ଅନ୍ତର୍ଗତ ଏକ ଗାଁରେ ୧୬ବର୍ଷର ନାବାଳିକାକୁ କରାଯାଇଛି ଦୁଷ୍କର୍ମ। ଜଣେ କି ଦୁଇ ଜଣ ନୁହେଁ ତିନି ଦିନ ଧରି ତିନି ଜଣ ଯୁବକ ଏହି ଯୁବତୀଙ୍କ ଇଜ୍ଜତ ଲୁଟିଛନ୍ତି। ପାଟି କରି ଯେତେ ଚିତ୍କାର କରିଥିଲେ ବି ତାକୁ ସାହାଯ୍ୟ କରିବା ପାଇଁ କେହି ଆସିନଥିଲେ। ମିଳିଥିବା ସୂଚନାନୁସାରେ, ଫେବ୍ରୁଆରି ୧ ତାରିଖ ଦିନ ରାତି ୮ଟା ସମୟରେ ଯୁବତୀ ଜଣକ ଶୈାଚ ହେବା ପାଇଁ ଘର ବାହାରକୁ ଯାଇଥିଲେ। ସେହି ସମୟରେ କିଛି ଯୁବକ ବାଇକରେ ଆସି ଯୁବତୀଙ୍କୁ ଗାଁଠାରୁ କିଛି ଦୂରରେ ଥିବା  ଶାହାବାଦ ଅଂଚଳକୁ ନେଇ ଏକ ଘରେ ବନ୍ଦୀ କରି ରଖିଥିଲେ। ଏହା ପରେ ତିନି ଜଣ ଯୁବକ ତିନି ଧରି କରିଥିଲେ ଦୁଷ୍କର୍ମ। ଏପଟେ ଘର ଲୋକେ ଝିଅକୁ ଖୋଜି ଖୋଜି ନ ପାଇବାରୁ ଥାନାରେ ଖବର ଦେଇଥିଲେ।

ସୋମବାର ରାତିରେ ଘର ଲୋକଙ୍କୁ ଖବର ମିଳିଥିଲା କି, ଶାହାବାଦ ପାଖରେ ଥିବା ଏକ ଘରେ ଝିଅକୁ ବନ୍ଦୀ କରି ରଖିଛନ୍ତି। ଖବର ପାଇବା ପରେ ପୁଲିସ ଉକ୍ତ ସ୍ଥାନରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ତିନି ଜଣ ଯୁବକଙ୍କ ନାଁରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମାତ୍ର ଦୁଷ୍କର୍ମକାରୀ ବର୍ତମାନ ସୁଦ୍ଧା ଫେରାର୍ ଅଛି ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର