PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

୩ କୋଟିରେ ନିଲାମ ମୁନ୍‌ ସୁ: କିଏ କିଣିଲା ଜାଣିବାକୁ ଚାହୁଁଛନ୍ତି….

ନୂଆଦିଲ୍ଲୀ ୨୭/୦୭; କପ୍ରିୟ କମ୍ପାନି ‘ନାଇକ୍‌’ର ୪୭ ବର୍ଷ ପୁରୁଣା ଜୋତା ନ୍ୟୁୟର୍କର ସୋଥବାଏ ନିଲାମ ଘରେ ନିଲାମ ହୋଇଛି । ସେହି ଜୋତା ହଳକୁ କାନାଡାର ନିବେଶକ ତଥା କାର ସଂଗ୍ରହକାରୀ ମାଇଲ୍ସ ନାଡାଲ ୪୦୦,୦୦୦ ଡଲାର (ପ୍ରାୟ ୩କୋଟି ଟଙ୍କା)ରେ କିଣିଛନ୍ତି । ଜୋତାର ନାଁ ‘ମୁନ୍‌ ସୁ’ । ଆହୁରି ୯୯ ହଳ ପୁରୁଣା ଜୋତା ମଧ୍ୟ ନାଡାଲ କିଣିଛନ୍ତି । ମୋଟ୍‌ ୫.୮୬କୋଟି ଟଙ୍କା ବ୍ୟୟରେ ସେ ୧୦୦ ହଳ ପୁରୁଣା ଜୋତା ଏହି ନିଲାମ ଘରୁ କିଣିଛନ୍ତି ।

୧୯୭୨ ମସିହାରେ ନାଇକ୍‌ର ସହ ପ୍ରତିଷ୍ଠାତା ଓ ଟ୍ରାକ୍‌ କୋଚ୍‌ ବିଲ୍‌ ବୋଅରମ୍ୟାନ୍‌ ଏହି ଜୋତା ଡିଜାଇନ୍‌ କରିଥିଲେ । ଅଲିମ୍ପିକ୍‌ ଖେଳାଳୀଙ୍କ ଉଦ୍ଦେଶ୍ୟରେ ଏହି ଜୋତା ପ୍ରସ୍ତୁତ କରାଯାଇଥିଲା । ଏପର୍ଯ୍ୟନ୍ତ ନିଲାମ ହୋଇଥିବା ପୁରୁଣା ଜୋତା ମଧ୍ୟରୁ ମୁନ୍‌ ସୁଜ୍‌ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଛି । ଏହା ପୂର୍ବରୁ ବାସ୍କେଟ୍‌ବଲ ଖେଳାଳୀ ମାଇକେଲ ଜୋର୍ଡାନ୍‌ଙ୍କ ଜୋତା ୧.୩କୋଟି ଟଙ୍କାରେ ନିଲାମ ହୋଇଥିଲା । ନିଲାମ ଜୋତାକୁ ମାଇକେଲ ୧୯୮୪ ମସିହାରେ ଅଲିମ୍ପିକ୍‌ ଫାଇନାଲ୍‌ରେ ପିନ୍ଧି ଖେଲିଥିଲେ ।