ନୂଆଦିଲ୍ଲୀ ୧୬/୦୪: ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିବେ ରାଜ କୁମାର ହିରାନୀଙ୍କ ପୁଅ ବୀର ହିରାନୀ । ଫିଲ୍ମରେ ତାଙ୍କ ଅପୋଜିଟ୍ରେ ନାୟିକା ହେବେ ରାଶା ଥଡାନି । ବର୍ତ୍ତମାନ ଫିଲ୍ମର ଟାଇଟଲ ରହିଛି ‘ଲଗନ୍ ଲାଗି ରେ’ । ଏହାର ନିର୍ଦ୍ଦେଶନା ଦେବେ ସୋନାଲି ରତନ ଦେଶମୁଖ । ଏହା ପୂର୍ବରୁ ସୋନାଲି ‘ଜନ୍ନତ’, ‘ତୁମ୍ ମିଲେ’ ଓ ‘ସିଦ୍ଦତ୍’ ଭଳି ରୋମାଣ୍ଟିକ୍ ଫିଲ୍ମରେ ସ୍ୱାମୀ କୁନାଲ ଦେଶମୁଖଙ୍କୁ ସହଯୋଗ କରିଥିଲେ । ନୂଆ ଯୋଡ଼ିକୁ ପରଦାକୁ ଉତାରିବା ପାଇଁ ନିର୍ମାତା ଖୁବ୍ ଉତ୍ସାହିତ ଅଛନ୍ତି । ସେମାନେ ରାଶା ଓ ବୀରଙ୍କୁ ନୂଆ ପିଢ଼ିର ରୋମାଣ୍ଟିକ୍ ଯୋଡ଼ି ଭାବେ ଦେଖୁଛନ୍ତି ।
ଫିଲ୍ମର ସୁଟିଂ ଆସନ୍ତା ଜୁଲାଇରେ ଆରମ୍ଭ ହେବ । ଏକ ଆଧୁନିକ ଛୋଟ ସହରର ରୋମାନ୍ସକୁ ପରଦାକୁ ଆଣିବ ‘ଲଗନ୍ ଲାଗି ରେ’ । ‘ସ୍କାମ୍ ୧୯୯୨’, ‘ସ୍କାମ୍ ୨୦୦୩’, ‘ସ୍କୁପ୍’ ଓ ‘ରେଡ୍-୨’ ପାଇଁ ପରିଚିତ କରନ ବ୍ୟାସ ଏହାର ପଟ୍ଟକଥା ପ୍ରସ୍ତୁତ କରିଛନ୍ତି । ରାଶା ଗତ ବର୍ଷ ଅଭିଷେକ କପୁରଙ୍କ ଐତିହାସିକ ଫିଲ୍ମ ‘ଆଜାଦ୍’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ । ଫିଲ୍ମଟି ବକ୍ସ ଅଫିସ୍ରେ ସଫଳ ହୋଇନଥିଲା, କିନ୍ତୁ ତାଙ୍କ ଅଭିନୟକୁ ଇଣ୍ଡଷ୍ଟ୍ରିରେ ଖୁବ୍ ପ୍ରଶଂସା ମିଳିଥିଲା । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ଲାଇକି ଲାଇକା’ ଓ ‘ଶ୍ରୀନିବାସ ମଙ୍ଗାପୁରମ୍’ ।
ଆହୁରି ପଢନ୍ତୁ...ସାଉଥରେ ଡେବ୍ୟୁ କରିବେ ରାଶା, ମହେଶ ବାବୁଙ୍କ ପୁତୁରାଙ୍କ ସହ କରିବେ ସ୍କ୍ରିନ୍ ସେୟାର