PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ଆଜିର ରାଶିଫଳ (୨୩/୨, ଶନିବାର)

ମେଷ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଇଛାରୂପେ କାର୍ଯ୍ୟ କରିବେ । ସାଂସାରିକ ଆର୍ଥିକ ସ୍ୱଚ୍ଛଳତା ରହିବ । ·କିରିରେ ସହଯୋଗ ମିଳିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭ ଜନକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍‌ ।
ବୃଷ- କୃଷ୍ଣପକ୍ଷ ପଞ୍ଚମରେ ଘାତଚନ୍ଦ୍ର କାରଣରୁ କର୍ମକ୍ଷେତ୍ରରେ ଶତୃବୃଦ୍ଧି ହେବେ । ସାଂସାରିକ ସମସ୍ୟା ଭିତରେ ରହିବେ । ମହିଳାମାନେ ହତୋତ୍ସ ରହିବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରତିକୂଳସ୍ଥିତି ରହିବ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ମିଥୁନ- କୃଷ୍ଣ ପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ ଦେହ ଓ ମନ ଭଲ ରହିବ । ସାଂସାରିକ ଯାନ ବାହନ କ୍ରୟ କରିପାରନ୍ତି । ରାଜନୀତିରେ ଦକ୍ଷତା ବୃଦ୍ଧି ପାଇବେ । ବାଣିଜ୍ୟରେ ଲାଭ ଜନକ ରହିବ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ ।
କର୍କଟ- ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଅନେକାଂଶରେ ଉନ୍ନତି କରିବେ । ସାଂସାରିକ ଧନ ସମ୍ମାନ ପ୍ରାପ୍ତି ହେବ । ମହିଳାମାନେ ଆଦର ସମ୍ମାନ ପାଇବେ । ବାଣିଜ୍ୟରେ ସଫଳ ହେବେ । ଶୁଭଅଙ୍କ-୩, ଶୁଭ ରଙ୍ଗ-କ୍ରୀମ୍‌ ।
ସିଂହ- କୃଷ୍ଣ ପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କେତେକ କାରଣକୁ କେନ୍ଦ୍ର କରି ଚିନ୍ତା ରହିବ । ସାଂସାରିକ ଅଶାନ୍ତି ଦେଖାଦେବ । ରାଜନୀତିରେ ବିରୋଧି ଦେଖାଦେବ । ବାଣିଜ୍ୟରେ ମନ୍ଥର ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।
କନ୍ୟା- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଦିନଚର୍ଯ୍ୟ ସୁଖଦପୂର୍ଣ୍ଣ ରହିବ । ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବ । ଶୁଭଅଙ୍କ-୨, ଶୁଭରଙ୍ଗ-ସିଲିଭର ।
ତୁଳା- କୃଷ୍ଣ ପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଆଶାନୁନୂପ ଫଳ ପାଇବେ ନାହିଁ । ସାଂସାରିକ ସମସ୍ୟା ରହିବ । ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।
ବିଛା- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ସମାନ୍ନରେ ପ୍ରତିଷ୍ଠିତ ହେବେ । ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।
ଧନୁ- ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ପରିସର ବୃଦ୍ଧି ପାଇବ । ସାଂସାରିକ ସୁଖ ଶାନ୍ତି ପ୍ରାପ୍ତି ହେବ । ମହିଳାମାନେ ସମ୍ମାନ ପାଇବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ ।
ମକର- କୃଷ୍ଣ ପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ମନ୍ଥରତା ରହିବ । ସାଂସାରିକ ଅନ୍ୟକୁ ସାହାଯ୍ୟ କରି ସମସ୍ୟାରେ ପଡିବେ । ବାଣିଜ୍ୟରେ ପ୍ରତିକୂଳ ରହିବ । ଶୁଭଅଙ୍କ-୪, ଶୁଭରଙ୍ଗ-ମେଟାଲିକ୍‌ ।
କୁମ୍ଭ- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଠକାମୀରେ ପଡିପାରନ୍ତି । ସାଂସାରିକ ଅଭାବ ଅସୁବିଧା ରହିବ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି ।
ମୀନ- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ । ସାଂସାରିକ ବନ୍ଧୁ ବାନ୍ଧବଙ୍କ ସହଯୋଗ ପାଇବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରୀମ୍‌ ।