ମେଷ : ଦ୍ୱାଦଶ ଚନ୍ଦ୍ର, ଘାତଚନ୍ଦ୍ର । ମାନସିକ ଅଶାନ୍ତି, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ନାହିଁ । ଯାତ୍ରା ନିଷେଧ । ଆୟଠାରୁ ବ୍ୟୟ ଅଧିକ ରହିବ । କଥାବାର୍ତ୍ତାରେ ସତର୍କ ରହିବେ । ଯାନବାହନ ପ୍ରତିସତର୍କତା ଅବଲମ୍ବନ କରିବେ । ଶରୀର ପ୍ରତି ସତର୍କ ରହିବେ । ସାମାନ୍ୟ ମୁଣ୍ଡ ବା ପେଟ ସମସ୍ୟା ଦେଖା ଯାଇପାରେ । ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି । କର୍ମକ୍ଷେତ୍ରରେ ସାମାନ୍ୟ ବିଫଳତା ଦେଖାଯାଇପାରେ ।
ଶୁଭରଙ୍ଗ : ଧଳା, ହଳଦିଆ, ନାଲି
ବୃଷ : ଏକାଦଶ ଚନ୍ଦ୍ର । କର୍ମ କ୍ଷେତ୍ରରେ ଉନ୍ନତି । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ବନ୍ଧୁମିଳନ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି । ହଠାତ୍ ଅଯଥା ଖର୍ଚ୍ଚଯୋଗ। ଋଣ ନେବା ଦେବାରେ ସତର୍କତା । ଗୃହେ ଆନନ୍ଦ । ଶରୀର ପ୍ରତି ସତର୍କ ରହିବେ । ଯାତ୍ରାରେ ସତର୍କ ରହିବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନଙ୍କ କ୍ଷେତ୍ରରେ ସ।ଧାରଣ ଅସଫଳତା ଦେଖାଯିବ ।
ଶୁଭରଙ୍ଗ : ଧଳା, ସିଲ୍ଭର
ମିଥୁନ : ଦଶମଚନ୍ଦ୍ର। କର୍ମକ୍ଷେତ୍ରରେ ସଫଳତା। ସମ୍ମାନ ପ୍ରାପ୍ତି । ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସାହାଯ୍ୟ ପ୍ରାପ୍ତି । ପିତାମାତାଙ୍କ ସେବା କରିବେ। ଗୃହେ ଆନନ୍ଦ। ରାଜନୀତି କ୍ଷେତ୍ରରେ ସଫଳତା । ଶତ୍ରୁଙ୍କ ଠାରୁ ବିଜୟପ୍ରାପ୍ତି । ରହିଥିବା କାର୍ଯ୍ୟ ସଫଳ ହେବ । ଧନ ପ୍ରାପ୍ତି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ସଫଳହେବ ।
ଶୁଭରଙ୍ଗ : ହଳଦିଆ, ସବୁଜ
କର୍କଟ : ନବମ ଚନ୍ଦ୍ର । ବନ୍ଧୁ ସାହାଯ୍ୟ ପ୍ରାପ୍ତି । କର୍ମକ୍ଷେତ୍ରରେ ଉନ୍ନତି । ଧାର୍ମିକ କାର୍ଯ୍ୟରେ ଯୋଗଦେବେ । ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । କମ୍ ପରିଶ୍ରମରେ ଅଧିକ ସଫଳତା ପ୍ରାପ୍ତି । ପରିବାରରେ ସୁଖ । ଦୂରଯାତ୍ରା କରିପାରିବେ । ମାନସିକ ଶାନ୍ତି । ଖାଦ୍ୟ ପ୍ରତିଟି ସତର୍କ ରହିବେ । ହଠାତ୍ ଲାଭ ମିଳିପାରେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି ।
ଶୁଭରଙ୍ଗ: ଧଳା, ସିଲ୍ଭର
ସିଂହ : ଅଷ୍ଟମଚନ୍ଦ୍ର । ଶରୀର ପ୍ରତି ସତର୍କ ରହିବେ । ମାନସିକ ଚାପ ଲାଗି ରହିବ । କର୍ମକ୍ଷେତ୍ରରେ ଚାପ ବଢ଼ିପାରେ । ଗୃହେ ଆନନ୍ଦ । ନୂତନ ବିନିଯୋଗ ପାଇଁ ଶୁଭ ସମୟ ନୁହେଁ। ଟଙ୍କା ନେବା ଦେବାରେ ସତର୍କତା ଅବଲମ୍ବନ କରିବେ। ଆୟଠାରୁ ବ୍ୟୟ ଅଧିକ ହୋଇପାରେ। ବାର୍ତ୍ତାଳାପ ଠିକ୍ ରଖିବେ। ରାଜନୀତି କ୍ଷେତ୍ରରେ ସାମାନ୍ୟ ଅସଫଳତା ଦେଖା ଦେଇପାରେ।
ଶୁଭରଙ୍ଗ : ଗୋଲାପି, ନାଲି
କନ୍ୟା : ସପ୍ତମଚନ୍ଦ୍ର । କର୍ମକ୍ଷେତ୍ରରେ ସଫଳତା । ପିତାମାତା ଓ ଗୁରୁଜନ ମାନଙ୍କ ସେବା କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ। ନୂତନ ଦ୍ରବ୍ୟଲାଭ । ଶରୀର ସୁସ୍ଥ ରହିବ । ମାନ ସମ୍ମାନ ବୃଦ୍ଧି । ଧନଲାଭ ଯୋଗ । ବ୍ୟବସାୟରେ ଲାଭ । ଆୟ ଅଧିକ ରହିବ । ବନ୍ଧୁ ସହଯୋଗ ମିଳିପାରେ । ଖାଦ୍ୟପ୍ରତି ଟିକେ ସତର୍କ ରହିବେ । ରାଜନୀତି କ୍ଷେତ୍ରରେ ଉନ୍ନତି।
ଶୁଭରଙ୍ଗ : ଆକାଶିଆ, ଧଳା
ତୁଳା : ଷଷ୍ଠ ଚନ୍ଦ୍ର, ଘାତଚନ୍ଦ୍ର । ଶରୀର ପ୍ରତି ସତର୍କତା ଅବଲମ୍ବନ କରିବେ। ଋଣ ମୁକ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ। ଆର୍ଥିକଲାଭ ହେବ। ଗୃହେ ଆନନ୍ଦ। ନିଜରବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନଙ୍କୁ ସାମାନ୍ୟ ଅସଫଳତା ଦେଖା ଦେଇପାରେ।
ଶୁଭରଙ୍ଗ: ଧଳା, ସିଲ୍ଭର
ବିଛା: ପଞ୍ଚମ ଚନ୍ଦ୍ର, ଘାତ ବାର । ଶରୀର ପ୍ରତି ସମସ୍ୟା ଦେଖା ଦେଇପାରେ । ସାମାନ୍ୟ କାଶ, ଥଣ୍ଡାକିମ୍ବା ନିଃଶ୍ୱାସ ନେବାରେ କଷ୍ଟ ହୋଇପାରେ । ମାନସିକ ଚାପ ଲାଗି ରହିବ । ଧନ ଲାଭ । ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ପରିବାରରେ ବିବାଦ ହୋଇପାରେ । ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ଠାରୁ ସାହାଯ୍ୟ ମିଳିପାରେ । ସମାଜରେ ସମ୍ମାନ ମିଳିବ ।ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।
ଶୁଭରଙ୍ଗ : ହଳଦିଆ, ନାରଙ୍ଗୀ
ଧନୁ : ଚତୁର୍ଥ ଚନ୍ଦ୍ର, ଘାତବାର । ପରିବାରରେ ଅଶାନ୍ତି ଘଟିପାରେ । ମାନସିକ ଅସ୍ଥିରତା ବଢ଼ିପାରେ । କର୍ମ କ୍ଷେତ୍ରରେ ଚାପ ପଡ଼ିପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ । ଧନ ପ୍ରାପ୍ତି । ଧାର୍ମିକ କାର୍ଯ୍ୟରେ ଯୋଗଦେଇ ପାରିବେ । ଚାକିରି କ୍ଷେତ୍ରରେ ସହଯୋଗ ମିଳିବ । କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ବିଫଳତା ମିଳିପାରେ । ରାଜନୀତି କ୍ଷେତ୍ରରେ ସାମାନ୍ୟ ଉନ୍ନତି ହୋଇପାରେ । ବିଦ୍ୟାର୍ଥୀ ଓ କ୍ରୀଡ଼ବିତ୍ ମାନେ ସଫଳ ହେବେ ।ସତର୍କ ରହିବେ ।
ଶୁଭରଙ୍ଗ : କଳା
ମକର : ତୃତୀୟଚନ୍ଦ୍ର । ମାନସିକ ଶକ୍ତି ବୃଦ୍ଧି ହେବ । ଶରୀର ଭଲ ରହିବ। ନୂତନ ଦ୍ରବ୍ୟକ୍ରୟ କରିପାରିବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଗୃହେ ଆନନ୍ଦ ବନ୍ଧୁମିଳନ ।ବୃଥା ଖର୍ଚ୍ଚ ହୋଇପାରେ । ରାଜନୀତି କ୍ଷେତ୍ରରେ ଉନ୍ନତି । କାର୍ଯ୍ୟକ୍ଷେତ୍ରରେ ଲାଭହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରିବେ। ଦୂରଯାତ୍ରା କରିପାରନ୍ତି । ବିଦ୍ୟାର୍ଥୀ ମାନେ ଉପକୃତ ରହିବେ ।
ଶୁଭରଙ୍ଗ : କଳା, ଆକାଶିଆ
କୁମ୍ଭ : ଦ୍ୱିତୀୟଚନ୍ଦ୍ର । ଆର୍ଥିକ ଲାଭ । ଧନ ପ୍ରାପ୍ତିଯୋଗ ।କାର୍ଯ୍ୟରେ ସଫଳତା । ସ୍ୱାସ୍ଥ୍ୟ ସାଧାରଣ ରହିବ ।ଗୃହେ ଆନନ୍ଦ । ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ଉଚ୍ଚପଦସ୍ଥ ଅଧିକାରୀ ମାନେ ସନ୍ତୁଷ୍ଟ ରହିବେ। ସମାଜରେ ସମ୍ମାନ ମିଳିବ । ରାଜନୀତି କ୍ଷେତ୍ରରେ ଉନ୍ନତି, ଚାକିରି କ୍ଷେତ୍ରରେ ଉନ୍ନତି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ଉପକୃତ ହେବେ । ଋଣ ଦେବା ନେବାରେ ସତର୍କ ରହିବେ ।
ଶୁଭରଙ୍ଗ : ଆକାଶିଆ
ମୀନ : ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର, ଘାତବାର । ସମାଜରେ ସମ୍ମାନ ପ୍ରାପ୍ତି । ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି । ନୂତନ ବସ୍ତ୍ର କ୍ରୟ କରିପାରନ୍ତି । ଦୂରଯାତ୍ରା ନିଷେଧ । ନୂତନ କାର୍ଯ୍ୟ କରିବେ ନାହିଁ । ପରିବାରରେ ବାଦ ବିବାଦ ଦେଖା ଯାଇପାରେ । ଶରୀର ଭଲ ରହିବ । ଆର୍ଥିକ ଲାଭ ହେବ । କିନ୍ତୁ ଟଙ୍କା ଦେବା ନେବାରେ ସତର୍କତା ଅବଲମ୍ବନ କରିବେ । ରାଜନୀତି କ୍ଷେତ୍ରରେ ସାମାନ୍ୟ ବାଧା ଘଟିପାରେ।
ଶୁଭରଙ୍ଗ : ନୀଳ, ଧଳା
ଜ୍ୟୋତିର୍ବିଦ୍: ଅନାମିକା ୯୭୭୭୭୧୧୭୩୩